
ବ୍ରହ୍ମପୁର, ୨୪/୧୦/୨୧ (ଜିଲ୍ଲା ଖବର ) : ଭାରତ ମାତାକି ଜୟ। ବୀର ଜବାନ୍ ଙ୍କ ବୀରତ୍ବର ଗାଥା। ପାକିସ୍ତାନ ଯୁଦ୍ଧରେ ଭାରତର ଜବରଦସ୍ତ ବିଜୟ। ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରିଛି ବ୍ରହ୍ମପୁର ପୁଲିସ୍ ଜିଲ୍ଲା। ଶହୀଦ୍ ଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳୀ ।
ଭି.ଓ – ୧ – ବ୍ରହ୍ମପୁର ପୁଲିସ୍ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ବିଜୟା ମଶାଲ୍। ଗୋପାଳପୁର ମିଲିଟାରୀ ଷ୍ଟେସନ୍ ରୁ ଆସି ବ୍ରହ୍ମପୁର ପୁଲିସ୍ ଜିଲ୍ଲା ରିଜର୍ଭ ପୁଲିସ୍ ଗ୍ରାଉଣ୍ଡ୍ ରେ ପହଞ୍ଚିଥିଲା ମଶାଲ୍। ବ୍ରହ୍ମପୁର ପୁଲିସ୍ ଜିଲ୍ଲା ପକ୍ଷରୁ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରି ଶହୀଦ୍ ଙ୍କୁ ଜଣାଇଲେ ଗଭୀର ଶ୍ରଦ୍ଧାଞ୍ଜଳୀ ।
ବୀର ଜବାନ୍ ଙ୍କ ବୀରତ୍ବ ଗାଥାର ସ୍ମୃତିକୁ ସାଉଁଟି ଗର୍ବ ଅନୁଭବ କରିଛନ୍ତି ଲୋକ ପ୍ରତିନିଧି ଓ ପୁଲିସ୍ ପ୍ରଶାସନ। ଏହି ବିଜୟା ମଶାଲ୍ ନଭେମ୍ବର ମାସ ୭ ତାରିଖ ପର୍ଯ୍ୟନ୍ତ ଓଡିଶାରେ ରହିବ ଏବଂ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଛନ୍ତି ସେନା ବିଗ୍ରେଡର୍ ଗୋପାଳପୁର AD କାଲେଜ କିଛି କର୍ମଚାରୀ ଉପସ୍ଥିତ ରହି ଥିଲେ
-ସୁମିତ୍ ମାଥୁର୍, ସେନା ବିଗ୍ରେଡର୍, ଗୋପାଳପୁର ।ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସଂlସଦ
— ଚନ୍ଦ୍ର ଶେଖର ସାହୁ, ସାନମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ ବ୍ରହ୍ମପୁର ଜିଲ୍ଲାର ଦକ୍ଷିଣାଙଚଳ, ଡି ଆଇ ଜି ସତ୍ୟବ୍ରତ ଭୋଇ ବ୍ରହ୍ମପୁର।SP ପିନାକୀ ମିଶ୍ର ଓ ବ୍ରହ୍ମପୁର ASP, SDPO, BMC କମିଶନର ଓ SAB କଲେକ୍ଟର ସବୁ ଥାନାର ଅଧିକାରୀ ଉପସ୍ଥିତ ରହି ମଶାଲ କୁ ସ୍ୱାଗତ କରିଥିଲେ ଏହି ଅବସରରେ
- ଭାରତ – ପାକିସ୍ଥାନ ଯୁଦ୍ଧ ବିଜୟୀର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ରହ୍ମପୁର ପୁଲିସ୍ ଜିଲ୍ଲା ର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରିଛନ୍ତି।
ବିଜୟ ମଶାଲ୍ କୁ ଗ୍ରହଣ କରିବା ପରେ ବ୍ରହ୍ମପୁର ପୁଲିସ୍ ରିଜର୍ଭ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା ବିଜୟ ଉତ୍ସବ । ବୀର ଜବାନ୍ ଙ୍କ ବଳିଦାନକୁ ମନେ ପକାଇ ବୀରତ୍ବକୁ ଜଣାଇଲେ ସମ୍ମାନ। ଛାତ୍ର ଛାତ୍ରୀ ଙ୍କ ଦ୍ବାରା ବିଭିନ୍ନ ଦେଶବୋଧାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେଶପ୍ରେମର ଝଲକକୁ ଅତି ନିଖୁଣ ଭାବେ ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ।
- ଏଭଳି ଉତ୍ସବରେ ଆସ୍କାର ସ୍କୁଲର ଯୋଗ ଦେଇ ଛାତ୍ରଅତି ନିଖୁଣ ଭାବେ ଦେଶ ଭକ୍ତି ଗୀତର ତାଳେ ତାଳେ ନୁର୍ତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହି ଥିଲେ ଓ ଆର୍ମି ସେନାମାନଙ୍କ ଦ୍ୱାରା ପରିଚାଳିତ ପାଇପ ବେଣ୍ଡ ମୁଜିକାଲ ବେଣ୍ଡ ସମସ୍ତଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଥିଲା ଶେଷରେ ସମସ୍ତ ଛାତ୍ରୀ ମାନେ ନିଜକୁ ଗର୍ବ ଅନୁଭବ କରିବା ସହ ଭବିଷ୍ଯତରେ ସେନାରେ ଯୋଗ ଦେଇ ଦେଶସେବା କରିବାକୁ ଇଛ୍ଛା ପ୍ରକାଶ କରିଥିଲେ ।
ବ୍ରହ୍ମପୁର ରୁ କୁନା ମିଶ୍ର ,ଜିଲ୍ଲା ଖବର













