ଦୀର୍ଘ ସମୟର ଉଦ୍ୟମ ପରେ ଗଭୀର କୂଅରୁ ଉଦ୍ଧାର ହେଲା ଛୁଆ ହାତୀ

2

କେନ୍ଦୁଝର,୨୪/୧୦/୨୧ (ଜିଲ୍ଲା ଖବର ) : ଗଭୀର କୂଅରୁ ଉଦ୍ଧାର ହେଲା ଛୁଆ ହାତୀ। କେନ୍ଦୁଝର ଝୁମ୍ପୁରା ବ୍ଲକ୍ ନେଦିଗୋଠ ଗାଁର ମାଧବ ନାଏକଙ୍କ ବାଡିରେ ଥିବା କୂଅରେ ଏକ ହାତୀ ଛୁଆ ପଡ଼ିଯାଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହତୀକୁ ଉଦ୍ଧାର କରିବା ପାଇଁ ଲାଗି ପଡିଥିଲେ। ଘଣ୍ଟା ଘଣ୍ଟା ପରିଶ୍ରମ ପରେ ଜେସିବି ସାହାଜ୍ୟରେ ହାତୀ ଛୁଆକୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ ହାତୀପଲ ବୈତରଣୀ ନଦୀ ପାରିହେବା ସମୟରେ ଛୁଆ ହାତୀ ବାଟବଣା ହୋଇ ଯାଇଥିଲା। ମା’ ହାତୀ କୁ ଖୋଜି ଖୋଜି ଶେଷରେ ନେଦିଗୋଠ ଗ୍ରାମର ମାଧବ ନାଏକ ଙ୍କର ବାଡିରେ ଥିବା କୂଅ ଭିତରକୁ ଖସିପଡିଲା ଛୁଆ ହାତୀ । ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ବନ ବିଭାଗ ପହଁଚି ଛୁଆ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।  ହାତୀ ଛୁଆକୁ ହାତୀପଲ ପାଖରେ ଛାଡି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।