
ନୂଆଦିଲ୍ଲୀ, ୨୩/୧୦/୨୧ (ଜିଲ୍ଲା ଖବର) : ରିଲିଜ୍ ହେଲା ସୁପରଷ୍ଟାର ପ୍ରଭାସଙ୍କ ଅପକମିଙ୍ଗ୍ ଫିଲ୍ମ’ରାଧେ ଶ୍ୟାମ୍’ର ଟିଜର । ଏଥିରେ ପ୍ରଭାସ ବିକ୍ରମାଦିତ୍ୟ ଭୂମିକାରେ ଅଜର ଆସିବେ । ତେବେ ଏହାର ଟିଜର ରିଲିଜ୍ ହେବା ସଙ୍ଗେସଙ୍ଗେ, ସୋସିଆଲ ମିଡିଆରେ ଧମାଲ ମଚାଇବାରେ ଲାଗିଛି । ଏହାକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ଟିଜର ଦେଖିବା ପରେ ସମ୍ପୂର୍ଣ୍ଣ ସିନେମାର କାହାଣୀ ଦେଖିବା ପାଇଁ , ଦର୍ଶକଙ୍କ ଉସ୍ବାହ ଦ୍ବିଗୁଣିତ ହୋଇ ଯାଇଛି ।
ପ୍ରଭାସ ଆଜି ତାଙ୍କର ଜନ୍ମଦିନ ଅବସରରେ ତାଙ୍କର ଅପକମିଙ୍ଗ ଫିଲ୍ମ’ରାଧେ ଶ୍ୟାମ’ର ଟିଜର ସେୟାର କରିଛନ୍ତି । ତେବେ ଫିଲ୍ମଟି ୧୪ ଜାନୁୟାରୀ ୨୦୨୨ରେ ପରଦାକୁ ଆସିବ । ଏହା ଏକ ବହୁଭାଷୀ ଫିଲ୍ମ ହେବ । ଏଥିରେ ପ୍ରଭାସଙ୍କ ସହିତ ଅଭିନେତ୍ରୀ ପୂଜା ହେଗେଡେ ମଧ୍ୟ ନଜର ଆସିବେ ।


