Tuesday, November 17, 2026
Home ଆଞ୍ଚଳିକ ମହାନଦୀ ଜଳ ବିବାଦ ମାମଲା, ୧୮ ନଭେମ୍ବରରେ ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦ ମାମଲା, ୧୮ ନଭେମ୍ବରରେ ପରବର୍ତ୍ତୀ ଶୁଣାଣି

5

୨୩/୧୦/୨୧ (ଜିଲ୍ଲା ଖବର) : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବୁନାଲର ୨୪ ତମ ଶୁଣାଣି ଶେଷ ହୋଇଛି । ଭିଡିଓ କନଫେରେନ୍ସି ଜରିଆରେ ଶୁଣାଣି ହୋଇଥିବା ଜଣାପଡ଼ିଛି ।୧୮ ନଭେମ୍ବରରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ସୂଚନା ଦେଇଛନ୍ତି।

ଦୁଇ ରାଜ୍ୟର ଦାବି ଅନୁସାରେ ମହାନଦୀ ଅବବାହିକା ଜଳ ସଙ୍କ୍ରାନ୍ତ ନଥିପତ୍ର ଯଥାଶୀଘ୍ର ଦେବାପାଇଁ କେନ୍ଦ୍ରୀୟ ସଂସ୍ଥା ମାନଙ୍କୁ କହିଲେ କୋର୍ଟ। ଛତିଶଗଡ଼ ଦାଖଲ କରିଥିବା କିଛି ନଥିପତ୍ର ଉପରେ ଜବାବ ଦାଖଲ କରିବ ଓଡିଶା। ଟ୍ରିବୁନାଲରେ ଆଗାମୀ ଶୁଣାଣି ଫିଜିକାଲ ହୋଇପାରେ।

ଆଗକୁ ଉଭୟ ରାଜ୍ୟରେ ଯାଇ ମଧ୍ୟ ଶୁଣାଣି କରିପାରନ୍ତି ଟ୍ରିବୁନାଲ। ପୂର୍ବ ସପ୍ତାହରେ ସୁପ୍ରିମକୋର୍ଟରେ ମଧ୍ୟ ସପ୍ତାହର ଦୁଇ ଦିନ ଫିଜିକାଲ ଶୁଣାଣି ଆରମ୍ଭ ହୋଇଛି।