Thursday, November 12, 2026
Home ଆଞ୍ଚଳିକ ରୋମାଣ୍ଟିକ୍ ଫଟୋ ପୋଷ୍ଟ କରି, ମଲାଇକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅର୍ଜୁନ୍

ରୋମାଣ୍ଟିକ୍ ଫଟୋ ପୋଷ୍ଟ କରି, ମଲାଇକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅର୍ଜୁନ୍

18

ନୂଆଦିଲ୍ଲୀ, ୨୩/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଆଜି ଜନ୍ମଦିନ । ଆଜି ୪୮ ବର୍ଷରେ ପାଦ ଥାପିଲେ ମଲାଇକା । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି , ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଠିକ୍ ସେମିତି ବଲିଉଡ ଅଭିନେତା ଅର୍ଜୁନ କପୁର ମଧ୍ୟ ସୋସିଆଲ ମିଡିଆରେ ରୋମାଣ୍ଟିକ୍ ଫଟୋ ସେୟାର କରି , ମଲାଇକାଙ୍କୁ ଜନ୍ମଦିନର ଶୁଭେଚ୍ଛ ଜଣାଇଛନ୍ତି ।

ତେବେ ଅର୍ଜୁନ ସେୟାର କରିଥିବା ଫଟୋରେ, ଦୁହେଁ ଏକାଠି ନଜର ଆସୁଛନ୍ତି । ମଲାଇକା ଅର୍ଜୁନଙ୍କ ମଥାରେ ଚୁମ୍ବନ ଦେଉଥିବା ନଜର ଆସୁଛନ୍ତି । ଏବଂ ଅର୍ଜୁନ କ୍ୟାମେରାକୁ ପୋଜ ଦେଇ ହସୁଛନ୍ତି । ଦୁହେଁ ଏକାଠି ବସି ପାର୍ଟି କରୁଥିବା ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ଅର୍ଜୁନ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ଆଜ୍ କା ଦିନ୍ ୟା କିସି ଔର ଦୁସରେ ଦିନ୍ ମେଁ ବସ୍ ତୁମ୍ହାରେ ଚେହେରେ ପର୍ ମୁସ୍କାନ୍ ଲାନା ଚାହାତା ହୁଁ  ।  ଦୁଆ କରତା ହୁଁ କି ଇସ୍ ସାଲ୍ ତୁମ୍ ସବସେ ଜାଦା ମୁସ୍କୁରାଓ’ । ତେବେ ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।