Wednesday, October 14, 2026
Home ଅପରାଧ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ

8

ରାୟଗଡା,୨୩/୧୦/୨୧ (ଜିଲ୍ଲା ଖବର) : ଜଙ୍ଗଲ ଭିତରୁ ବିପୁଳ ପରିମାଣର ମଦ ଜବତ।ରାୟଗଡ଼ା ଜିଲ୍ଲା ଗୁଡାରି ଅଂଚଳର ଏକ ଘଞ୍ଚ ଜଙ୍ଗଲ ଭିତରେ ଥିବା ଏକ ଘରୁ ୧୩୦ ପେଟି ବିଦେଶୀ ମଦ ଜବତ ହୋଇଛି । ବିଦେଶୀ ମଦକୁ ଟ୍ୟାକ୍ସ ନଦେଇ ଜଙ୍ଗଲ ଭିତରେ ବ୍ୟବସାୟ ହେଉଥିବା ଅନୁମାନ କରାଯାଉଛି । ଏହି ମଦ ଜବତ କରିଛି ଦକ୍ଷିଣାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ।

ଏହି ମଦ ନକଲି ନା ଅସଲି ତାହା ସ୍ପଷ୍ଟ ହୋଇନାହିଁ । କିଏ ଏହି ବ୍ୟବସାୟ ଚଳାଉଥିଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଜବତ ହୋଇଥିବା ମଦ ବ୍ରହ୍ମପୁର ଅଣାଯାଇଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ପୋଲିସ ।