
ନୂଆଦିଲ୍ଲୀ, ୨୩/୧୦/୨୧ (ଜିଲ୍ଲା ଖବର) : ଦୀପାବଳୀ ଅବସରରେ ଯଦି ଆପଣ ଶସ୍ତାଘର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଆପଣଙ୍କ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏକ ସ୍ୱତନ୍ତ୍ର ଅଫର୍ ଆଣିଦେଇଛି । ତେବେ ପିଏନବି ସମ୍ପତ୍ତି ନିଲାମ କରିବାକୁ ଯାଉଛି, ଯେଉଁଥିରେ ଆପଣଙ୍କୁ ଶସ୍ତାଘର କିଣିବାର ସୁଯୋଗ ମିଳିବ ।
ପିଏନବିର ଏହି ନିଲାମ୨୮ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ଆବାସିକ, ବାଣିଜ୍ୟିକ, ଶିଳ୍ପ ଓ କୃଷି ସମ୍ପତ୍ତି ସାମିଲ ରହିଛି । ଏହି ସମ୍ପତ୍ତି ଡିଫଲ୍ଟ ଲିଷ୍ଟରେ ଆସିସାରିଛି । ଆଇବିଏପିଆଇ ବା (Indian Banks Auctions Mortgaged Properties Information) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହା ସହ ପିଏନବି ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଏବିଷୟରେ ସୂଚନା ଦେଇଛି । ବ୍ୟାଙ୍କ ଏକ ଟ୍ୱିଟରେ ଲେଖିଛି ଯେ, ୨୮ ଅକ୍ଟୋବର ୨୦୨୧ରେ ମେଗା ଇ-ନିଲାମ କରାଯିବ । ଏଥିରେ ଆବାସିକ ଓ ବାଣିଜ୍ୟିକ ସମ୍ପତ୍ତିର ଇ-ନିଲାମ କରାଯିବ । ଏଠାରେ ଆପଣ ଉଚିତ୍ ଦାମରେ ସମ୍ପତ୍ତି କିଣିପାରିବେ ।
ଆଗ୍ରହୀମାନଙ୍କୁ ବ୍ୟାଙ୍କ ଅଫ୍ ବରୋଦା ମେଗା ଇ-ନିଲାମ ପାଇଁ e-Bkray ପୋର୍ଟାଲ https://ibapi.in/ରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହି ପୋର୍ଟାଲରେ ଥିବା ‘Bidders Registration’ ଉପରେ କ୍ଲିକ୍ କରିବା ପରେ ମୋବାଇଲ୍ ନମ୍ବର ଓ ଇମେଲ୍ ଆଇଡି ମାଧ୍ୟମରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ବିଡରଙ୍କୁ ଆବଶ୍ୟକ KYC ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ । KYC ଡକ୍ୟୁମେଣ୍ଟଗୁଡିକ ଇ-ନିଲାମ ସେବା ପ୍ରଦାନକାରୀ ଦ୍ୱାରା ଯାଞ୍ଚ କରାଯିବ । ଏଥିପାଇଁ ୨ ଦିନର ସମୟ ଲାଗିପାରେ ।



