
ନୂଆଦିଲ୍ଲୀ, ୨୩/୧୦/୨୧ (ଜିଲ୍ଲା ଖବର) : ନିକଟରେ ରିଲିଜ୍ ହୋଇ ଯାଇଛି ବହୁ ପ୍ରତୀକ୍ଷିତ ଫିଲ୍ମ’ବଣ୍ଟି ଔର ବବଲି ୨’ ର ଟିଜର ଏବଂ ଏହାର ଫାଷ୍ଟ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ୟଶରାଜ୍ ଫିଲ୍ମ ପକ୍ଷରୁ ଏହା ରିଲିଜ୍ ହୋଇଛି । ଦୀର୍ଘ ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ପୁଣି ଏକାଠି ନଜର ଆସିବେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀ । ତାଙ୍କ ବ୍ୟତୀତ ଏଥିରେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଶରବରୀ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।
ତେବେ ଏହାର ଟିଜର ଭିଡିଓରେ ପ୍ରଥମରେ ରାଣୀ ମୁଖାର୍ଜୀ ଏବଂ ସୈଫ୍ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଛି । ତେବେ ଫିଲ୍ମର ଟ୍ରେଲର ଅକ୍ଟୋବର ୨୫ରେ ରିଲିଜ୍ ହେବ । ଏବଂ ନଭେମ୍ବର ୧୯ରେ ଏହି ଫିଲ୍ମଟି ରିଲିଜ୍ ହେବା ନେଇ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ୨୦୦୫ ମସିହାରେ ଫିଲ୍ମ ‘ବଣ୍ଟି ଔର ବବ୍ଲି’ ରିଲିଜ୍ ହୋଇଥିଲା । ପ୍ରଥମ ଫିଲ୍ମରେ ଅଭିଷେକ ବଚ୍ଚନ ଓ ରାନୀ ମୁଖାର୍ଜୀ ଏକାଠି ନଜର ଆସିଥିଲେ। ଫିଲ୍ମର ଦ୍ୱୀତିୟ ଭାଗରେ ସୈଫ୍ ଓ ରାନୀଙ୍କୁ ଦେଖିବାକୁ ମିଳିବ ।


