ବାଲିଘାଟ ବିବାଦ: ଅତର୍କିତ ସଂଘବଧ ଆକ୍ରମଣରେ ୩ ଗୁରୁତର

8

ଢେଙ୍କାନାଳ,୨୩/୧୦/୨୧ (ଜିଲ୍ଲା ଖବର) : ବାଲିଘାଟ ବିବାଦକୁ ନେଇ ଭୂବନ ଥାନା ଯମୂନାକୋଟ ଗାଁରେ ବିଳମ୍ବିତ ରାତିରେ ଅତର୍କିତ ସଂଘବଧ ଆକ୍ରମଣ। ଆକ୍ରମଣରେ ଜଣେ ସେନା କର୍ମଚାରି ସମେତ ୩ ଜଣ ଯୁବକ ଗୁରତର ଆହତ। ମୁଣ୍ଡ,ଆଖିରେ ଗଭୀର ଆଘାତ ଲାଗିଥିବା ସୂଚନା। ଖଣ୍ଡା,ଭୂଜାଲି ଭଳି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସୂଚନା।

ପ୍ରଥମେ ଜିରାଳ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀପୂଜା ଭଷାଣି ଚାଲୁଥିବା ବେଳେ ବାଲିମାଫିଆମାନେ ନିଲାମ ନେଇଥିବା ଯୁବକମାନଙ୍କୁ ଭଷାଣି ଦେଖୁଥିବା ବେଳେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।