Monday, November 16, 2026
Home ଆଞ୍ଚଳିକ ଦେଶରେ ଚିହ୍ନଟ ହେଲେ ୧୬,୩୨୬ କରୋନା ଆକ୍ରାନ୍ତ

ଦେଶରେ ଚିହ୍ନଟ ହେଲେ ୧୬,୩୨୬ କରୋନା ଆକ୍ରାନ୍ତ

8

ନୂଆଦିଲ୍ଲୀ,୨୩/୧୦/୨୧ (ଜିଲ୍ଲା ଖବର) : ଦେଶରେ ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬,୩୨୬ କରୋନା ଆକ୍ରାନ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୩୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୬୬ ମୃତ୍ୟୁ ରେକର୍ଡ କରାଯାଇଛି।

 ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୧,୫୯,୫୬୨ରେ ପହଞ୍ଚିଛି। ସେହିପରି  ୬୬୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୫୩,୭୦୮ରେ ପହଞ୍ଚିଛି।


ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୭,୬୭୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୫,୩୨,୧୨୬।