Sunday, November 15, 2026
Home ଆଞ୍ଚଳିକ ଓଡ଼ିଶା ସମେତ ଏହି ରାଜ୍ୟଗୁଡ଼ିକରେ ବନ୍ଦ ରହିବ ରେଳସେବା: ଟିକେଟ୍ ବୁକିଂ ସହିତ ହେବନାହିଁ ଅନ୍ୟ...

ଓଡ଼ିଶା ସମେତ ଏହି ରାଜ୍ୟଗୁଡ଼ିକରେ ବନ୍ଦ ରହିବ ରେଳସେବା: ଟିକେଟ୍ ବୁକିଂ ସହିତ ହେବନାହିଁ ଅନ୍ୟ ଜରୁରୀ କାମ, ଜାଣନ୍ତୁ କେବେ?

49

ନୂଆଦିଲ୍ଲୀ,୨୩/୧୦/୨୧ (ଜିଲ୍ଲା ଖବର) : ପାର୍ବଣ ଋତୁରେ ରେଳଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ଦୀପାବଳୀକୁ ନେଇ ଲକ୍ଷାଧିକ ଲୋକେ ଯାତ୍ରା କରିବେ । ଯଦି ଆପଣ ରେଳ ସହ ଜଡ଼ିତ କିଛି ଅପଡେଟ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଜରୁରୀ ଖବର । ରେଲୱେ ପକ୍ଷରୁ କୁହାଯାଇଛି ଯେ, ୨୩ ଅକ୍ଟୋବରର ରାତି ୧୧ଟା ୪୫ଟାରୁ ୨୪ ଅକ୍ଟୋବର ସକାଳ ୫ଟା ପର୍ଯ୍ୟନ୍ତ ଯାତ୍ରୀମାନେ ଟିକେଟ୍ ପାଇପାରିବେ ନାହିଁ ।

ଯଦି ଆପଣ ୨୩ ରୁ ୨୪ ଅକ୍ଟୋବର ମଧ୍ୟରେ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୂର୍ବାଞ୍ଚଳ ରେଳବାଇ କହିଛି ଯେ, ୨୦୨୧ ଅକ୍ଟୋବର ୨୩ ତାରିଖ ରାତି ୧୧ଟା ୪୫ ରୁ ୨୪ ଅକ୍ଟୋବର ସକାଳ ୫.୦୦ ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା କାମ କରିବ ନାହିଁ । ଯେଉଁ କାରଣରୁ ଯାତ୍ରୀମାନେ ଏହି ଅବଧି ମଧ୍ୟରେ ଟିକେଟ୍ ପାଇପାରିବେ ନାହିଁ । ଏଥି ସହିତ ଯାତ୍ରୀମାନେ ଏହି ସମୟ ମଧ୍ୟରେ ଟ୍ରେନ୍ ସମ୍ବନ୍ଧୀୟ ଇନକ୍ୱାରୀ କରିପାରିବେ ନାହିଁ । ଏହା ବ୍ୟତୀତ ଆହୁରି ଅନେକ ସେବା ମଧ୍ୟ ପ୍ରଭାବିତ ହେବ ।

ପୂର୍ବାଞ୍ଚଳ ରେଳ ଟ୍ୱିଟ୍ କରି କହିଛି ଯେ, ‘କୋଲକାତାର ପିଆରଏସ ଡାଟା କେନ୍ଦ୍ରରେ ମେଣ୍ଟେନାସ୍ କାମ ପାଇଁ ଟିକେଟ୍ ବୁକିଂ ହୋଇପାରିବ ନାହିଁ । ଏହି କାର୍ଯ୍ୟ ୨୩ ଅକ୍ଟୋବରରୁ ରାତି ୨୩.୪୫ ରୁ ୨୪ ଅକ୍ଟୋବର ସକାଳ ୫ ଟା ପର୍ଯ୍ୟନ୍ତ ଚାଲିବ । ତେଣୁ ଯାତ୍ରୀମାନେ ଆଗରୁ ଟିକେଟ୍ ବୁକ୍ କରିବା ଉଚିତ୍, ନଚେତ୍ ସେମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।’