Tuesday, October 13, 2026
Home ଆଞ୍ଚଳିକ ପାଟପୁର ପୋଲିସର ଜୁଆ ଆଡ଼ା ଉପରେ ଚଢ଼ାଉ

ପାଟପୁର ପୋଲିସର ଜୁଆ ଆଡ଼ା ଉପରେ ଚଢ଼ାଉ

58

ସାନଖେମୁଣ୍ଡି (ଜିଲ୍ଲା ଖବର) : ପାଟପୁର ପୋଲିସ ପକ୍ଷରୁ ରାତି କାଳୀନ ପେଟ୍ରୋଲିଂ ବେଳେ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ସାତପେଣ୍ଠ ଗୋପାଳପୁର ପଞ୍ଚାୟତ ଗୁଡ଼ିଆ ପାଟଣା ନିକଟସ୍ଥ ପାତ୍ରଢେପ ଠାରେ ଏକ ଜୁଆ ଆଡ଼ାକୁ ଅତର୍କିତ ଚଢ଼ାଉ କରାଯାଇଛି। ଚଢ଼ାଉ ସ୍ଥାନରୁ ୧୪ଗୋଟି ବାଇକ ୧୦ଗୋଟି ମୋବାଇଲ ସହ ୧୧ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ୧୫,୩୦୦ ଟଙ୍କା ଜବତ କରାଯାଇଥିବା ପାଟପୁର ଥାନା ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ପ୍ରକାରେ ଉଭୟ ପାଟପୁର ଓ ଶେରଗଡ଼ ଥାନା ସୀମାନ୍ତ ଅଞ୍ଚଳ ହେତୁ ପାତ୍ରଢେପ ଠାରେ ସର୍ବକାଳୀନ ଭାବେ ଜୁଆ ଆଡ଼ା ବସୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ବ୍ୟତୀତ ଦୂର ଦୁରାନ୍ତରୁ ଜୁଆଡି ମାନେ ଆସି ନିୟମିତ ଆଡ଼ା ଜମାଉଥିବା ସୂଚନା ମିଲିଅଛି। ପାଟପୁର ଥାନା ଏସ.ଆଇ ଶ୍ରୀ ଶୁଭ୍ରଜିତ ସାମନ୍ତରାୟଙ୍କ ପେଟ୍ରୋଲିଂରେ ଧରାପଡିଥିବା ଅଭିଯୁକ୍ତଙ୍କ ବିରୋଧରେ ପାଟପୁର ଥାନା କେସ ନଂ ୨୪୮/୨୦୧୯ ପ୍ରକାରେ ମାମଲା ରୁଜୁ କରାଯାଇ ଜାମିନରେ ଛଡ଼ାଯାଇଥିବା ବେଳେ ଏସ. ଆଇ ପିକେ.ପଟ୍ଟନାୟକ ତଦନ୍ତକାରୀ ଅଧିକାରୀ ଭାବେ ମାମଲା ପରିଚାଳନା କରିଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।