
ନୂଆଦିଲ୍ଲୀ, ୨୩/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ’ଶେରନୀ’ ଏବଂ ଅଭିନେତା ଭିକ୍କି କୌଶଲଙ୍କ ଅଭିନୀତ ଫିଲ୍ମ’ସର୍ଦ୍ଦାର ଉଧମ ସିଂ ’ ଓସ୍କାର ୨୦୨୨ ପାଇଁ ମନୋନୀତ ହୋଇଛି । ଏନେଇ ଉଭୟ ଫିଲ୍ମର କଳାକାର ବେଶ ଖୁସି ହୋଇଛନ୍ତି । ଅନ୍ୟପଟେ ଉଭୟଙ୍କ ନିକଟକୁ ଫ୍ୟାନ୍ସଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ସୂଚନା ନଅୁଯାୟୀ, କୋଲକାତାର ଜୁରି ସଦସ୍ୟମାନେ ଭାରତୀୟ ସିନେମାରୁ ୧୪ଟି ଫିଲ୍ମ ତାଲିକାଭୁକ୍ତ କରିଛନ୍ତି । ଏଥି ମଧ୍ୟରେ ହିନ୍ଦୀ ଫିଲ୍ମ ‘ଶେରନୀ’ ଏବଂ ‘ସର୍ଦ୍ଦାର ଉଧମ ସିଂ’ ସାମିଲ ହୋଇଛି । ଏହି ଦୁଇ ବଲିଉଡ୍ ଫିଲ୍ମ ଏବେ ଆମାଜନ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମିଂ ହେଉଛି ।


