ମମିତାଙ୍କ ପରିବାର ସହ ମହିଳା କମିଶନଙ୍କ ସମେତ ୪ ଜଣିଆ ଟିମ୍ ଆଲୋଚନା

3

କଳାହାଣ୍ଡି, ୨୩/୧୦/୨୧ (ଜିଲ୍ଲା ଖବର) : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ଏହାରି ମଧ୍ୟରେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ବଲାଙ୍ଗିରରେ ପହଞ୍ଚି ତଦନ୍ତ କରୁଛନ୍ତି ।

ତୁରେଇକେଲା ଝରଣୀ ଗାଁରେ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ସେ ଭେଟିଛନ୍ତି । ପରିବାର ସହ ମହିଳା କମିଶନଙ୍କ ସମେତ ୪ ଜଣିଆ ଟିମ୍ ଆଲୋଚନା କରିଛନ୍ତି । ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ସମବେଦନା ଜଣାଇଥିଲେ। ମମିତାଙ୍କ ପରିବାରକୁ ଭେଟିବା ପରେ ମିନତି ମହାଲିଙ୍ଗ ଗସ୍ତ କରିଛନ୍ତି।

 ସେଠାରେ ସେ ମମିତାଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଯିବେ ବୋଲି ଜଣାପଡ଼ିଛି। ଏହାପରେ ସେ ମହାଲିଙ୍ଗ ଯାଇ ପିଲାମାନଙ୍କ ସହ ଆଲୋଚନା କରିବେ। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲରେ ମମିତା ମେହେର ଅଧ୍ୟକ୍ଷା ପଦରେ ଥିଲେ। ଗତ ୮ ତାରିଖରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ମମିତାଙ୍କୁ ମିଟିଂ ପାଇଁ ସ୍କୁଲକୁ ଡାକିଥିଲେ। ତା’ ପରେ ମମିତା ଆଉ ଘରକୁ ଫେରିନଥିଲେ। ପରେ ତାଙ୍କ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।