
ମୁମ୍ବାଇ,୨୩/୧୦/୨୧ (ଜିଲ୍ଲା ଖବର) : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଅଭିନେତା ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ । ତେବେ ଏହାରି ମଧ୍ୟରେ ଆର୍ଯ୍ୟନ ଖାନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ହ୍ପାଟସପ୍ ଚାଟ୍ ଏନସିବି ହାତରେ ଲାଗିଛି । ଏହାପରେ ଗତ ଗୁରୁବାର ଦିନ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍ କରିଥିଲା ଏନସିବି । ଏବଂ ତାଙ୍କୁ ସମନ ଜାରି କରିଥିଲା । ତେବେ ଶୁକ୍ରବାର ଦିନ ଅନନ୍ୟାଙ୍କୁ ଦ୍ବିତୀୟ ଥର ପାଇଁ ପଚରାଉଚୁରା ପାଇଁ ଡକା ଯାଇଥିଲା । କିନ୍ତୁ ସେ ନିର୍ଦ୍ଦିଷ୍ଟ ସମୟରେ ନ ପହଞ୍ଚି ବିଳମ୍ବରେ ଯାଇ ଏନସିବି ନକଟରେ ହାଜର ହୋଇଥିଲେ । କୁହାଯାଉଛି ଯେ, ଏଥିପାଇଁ ଜୋନାଲ ଡାଇରେକ୍ଟର Sameer Wankhede ଅନନ୍ୟା ପାଣ୍ଡେଙ୍କୁ କଡା ତାଗିଦ୍ କରିଥିଲେ ।
ସେ କହିଥିଲେ ଯେ, ‘ତୁମେ ନିର୍ଦ୍ଦିଷ୍ଟ ସମୟରେ ନଆସି ବିଳମ୍ବରେ ଆସୁଛ । ଅଧିକାରୀ ମାନେ ତୁମକୁ ଅପେକ୍ଷା କରି ବସି ନାହାଁନ୍ତି । ଏହା ତୁମର ପ୍ରଡକ୍ସନ ହାଉସ ନୁହଁ, ଏହା ହେଉଛି ସେଣ୍ଟ୍ରାଲ ଏଜେନ୍ସିର ଅଫିସ୍ । ତୁମକୁ ଯେଉଁ ସମୟରେ ଡକା ଯାଉଛି, ସେ ସମୟରେ ଆସି ପହଞ୍ଚିଯିବ ।



