ଆକାଉଣ୍ଟରୁ ଟଙ୍କା ଉଠାଇବାକୁ କହିବାରୁ ବଡ ଭାଇର ଛୁରା ମାଡ

13

ଢେଙ୍କାନାଳ,୨୩/୧୦/୨୧ (ଜିଲ୍ଲା ଖବର) : ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଆର୍ତ ସାନ୍ତରା କାଟେଣୀ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।ବଡ ଭାଇର ଛୁରା ମାଡରେ ହୋଇଛି ସାନଭାଇର ମୃତ୍ୟୁ।ମୃତକ ହେଲେ ସାନଭାଇ ଶର୍ମା ନାୟକ। ସୁଚନା ମୁତାବକ ସାନପୁଅ ଶର୍ମାଙ୍କୁ ଜଣାଇ ମା କମସଲା ନାୟକ ବଡପୁଅ ଆକାଉଣ୍ଟରେ ଦଶହଜାର ଟଙ୍କା ଜମା ରଖିଥିଲେ।

ହେଲେ ତାଙ୍କ ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ବଡପୁଅକୁ ଟଙ୍କା ଉଠାଇବାକୁ କହିବାରୁ ସେ ମାଙ୍କୁ ଟଙ୍କା ଦେବା ବଦଳରେ ମା ଏବଂ ସାନପୁଅଙ୍କ ସହ ଝଗଡା କରିଥିଲେ।

ଝଗଡା ଏତେ ଉଗ୍ରରୁପ ନେଇଥିଲା ଯେ ବଡପୁଅ ଦୁର୍ଯନ ନାୟକ ସାନଭାଇକୁ ଛୁରୀରେ ଆକ୍ରମଣ କରିଥିଲା।ଗୁରୁତର ଅବସ୍ଥାରେ ପ୍ରଥମେ ଶର୍ମାଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଛୁରାମାଡ ପରେ ଅଭିଯୁକ୍ତ ବଡପୁଅ ଦୁର୍ଯନ ଫେରାର ହୋଇଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି।