
ଖୋର୍ଦ୍ଧା, ୨୩/୧୦/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂରେ ହାତୀ ଆତଙ୍କ । ଦୀର୍ଘ ଦୁଇମାସରୁ ଉର୍ଦ୍ଧ୍ବ ହେବ ଜଂଗଲି ହାତୀ ଉପଦ୍ରବ କରି ଚାଲିଛନ୍ତି। ହାତୀ ଦିନରେ ଜଂଗଲରେ ରହୁଥିବା ବେଳେ ସଂନ୍ଧ୍ୟା ହୋଇଗଲେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇ ଲୋକମାନଙ୍କର ଧାନ ଫସଲ ନଷ୍ଟ କରୁଛନ୍ତି।
ବିଳମ୍ବିତ ରାତିରେ ହାତୀ ପଲ ନିରାକାରପୁର ଡିଆ ମୌଜା ଚାଷ ଜମିରେ ଧାନ କଳେଇ ଖାଇ ଦଳିଚକଟି ନଷ୍ଟ କରିଛନ୍ତି। ହାତୀ ପଲଙ୍କ ଉପଦ୍ରବରେ ଚାଷୀ ହତାଶ ହୋଇଛନ୍ତି। ହାତୀ ଶହ ଶହ ଧାନ କଳେଇ ଖାଇଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ହାତୀ ଘଉଡେଇବାରେ ଜଂଗଲ ବିଭାଗ ସଂପୂର୍ଣ୍ଣ ବିଫଳ। ହୋଇଛି ।



