Monday, November 16, 2026
Home ଆଞ୍ଚଳିକ ମମିତା ମେହେର ହତ୍ୟା ମାମଲା, ଟ୍ୱିଟ୍ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ପ୍ରଦୀପ୍ତ...

ମମିତା ମେହେର ହତ୍ୟା ମାମଲା, ଟ୍ୱିଟ୍ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ପ୍ରଦୀପ୍ତ ନାୟକ

10

୨୩/୧୦/୨୧ (ଜିଲ୍ଲା ଖବର) : ମମିତା ମେହେର ହତ୍ୟା ମାମଲାରେ ଟ୍ୱିଟ୍ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମହାଲିଙ୍ଗି କଲେଜ ହେଉଛି ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଜୀବନ ଆଉ ଗୋବିନ୍ଦ ସାହୁ ବିନ୍ଧାଣି । ବର୍ଷ ବର୍ଷ ଧରି କଲେଜରେ ଅନୈତିକ କାର୍ଯ୍ୟ ଚାଲୁଥିଲା । ଛାତ୍ରୀମାନଙ୍କର ଶାରିରୀକ ଶୋଷଣ ହେଉଥିଲା । ଗୃହରାଷ୍ଟ୍ରମନ୍ତ୍ରୀ ତାଙ୍କ ଜୀବନ ହେଉଥିବା କଲେଜକୁ ବରାବର ଯାଉଥିଲେ ଏବଂ ରାତ୍ରି ଯାପନ କରୁଥିଲେ ।

କିନ୍ତୁ କଲେଜରେ କଣ ସବୁ ଚାଲୁଥିଲା ମନ୍ତ୍ରୀ କିପରି ଜାଣିପାରୁ ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ନାୟକ । ଜଣେ ଗୃହମନ୍ତ୍ରୀ ଗୋଟିଏ ସ୍ଥାନକୁ ବାରମ୍ବାର ଯାଉଥିଲେ କିନ୍ତୁ ସେ ଜାଗାର କେଳେଙ୍କାରି ବିଷୟରେ ପୋଲିସର ଇଣ୍ଟେଲିଜେନ୍ସ ଏଜେନ୍ସି ପାଖରେ କିପରି ଖବର ନଥିଲା ? 

ଏହାସହ ସେ ଏହା ମଧ୍ୟ କହିଛନ୍ତି, ଏହା ଅସମ୍ଭବ , ଗୃହ ରାଷ୍ଟ୍ରମନ୍ତ୍ରୀ ଜାଣିଶୁଣି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ହେବା ପାଇଁ ହିଁ କଲେଜକୁ ଯାଉଥିଲେ ।

ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିବା ସହ ତଦନ୍ତ ପରିସରଭୁକ୍ତ କରାଯିବା ଦରକାର ।