
ଜଟଣୀ ,୨୩/୧୦,(ଜିଲ୍ଲା ଖବର):ସ୍ଥାନୀୟ ପୂର୍ବତଟ ରେଳବାଇ ମେନ୍ସ ୟୁନିୟନ କାର୍ଯ୍ୟାଳୟ ପରିସରରେ “ଅଜିତା ‘ ରାଜ୍ୟସ୍ତରୀୟ ମହିଳା ସଂଗଠନର ଏକ ସମାବେଶ ସଭା ଅନୁଷ୍ଠିତ ହୋଇଯାଇଛି l ଦେଶର ମହିଳାମାନଙ୍କ ଆଗ୍ରଗତିରେ ହିଁ ଦେଶର ଉନ୍ନତି l ଆଜି ଆମ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ବି ମହିଳାମାନଙ୍କର ସେଭଳି ଆଖି ଦୃଷ୍ଟିଆ ଉନ୍ନତ୍ତି ପରିଲିଖିତ ହୋଇନାହିଁ l ତେଣୁ ଓଡିଶା ଭୁବନେଶ୍ୱରର ସାଂସଦ ତଥା ଭାରତୀୟ ଜନତା ଦଳର ଅପରାଜିତା ଷଢଙ୍ଗୀଙ୍କ ପ୍ରୋତ୍ସାହନ ଓ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଗଠିତ କିଛି ନିଆରା ଢଙ୍ଗରେ କାର୍ଯ୍ୟ କରି ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଲକ୍ଷ୍ୟ ରଖିଛି l “ଅଜିତା ‘ର ମୂଳଲକ୍ଷ୍ୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବ ଓ ଅସହାୟ ମହିଳା ମାନଙ୍କୁ ସଂଗଠିତ କରି ସେମାନଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱର ବିକାଶ କରିବା l ବାଳିକା ଏବଂ ମହିଳା ମାନଙ୍କ କୌଶଳ ଓ ଦକ୍ଷତା ବିକାଶ କରି ଅର୍ଥନୈତିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା l ମହିଳା ମାନଙ୍କ ସମ୍ମାନ, ସୁରକ୍ଷା, ସମାନତା ଓ ଆତ୍ମନିର୍ଭରତା ପାଇଁ କାର୍ଯ୍ୟ କରିବା l ମହିଳାମାନଙ୍କ ଜୀବିକା ନିର୍ବାହପାଇଁ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ସହାୟତା ପ୍ରଦାନ କରିବା l ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା l ଅସହାୟ ଓ ନିରାଶ୍ରୟ ମହିଳାମାନଙ୍କୁ ସେବା ପ୍ରଦାନ କରିବା ଏବଂ ମହିଳା ସଶକ୍ତି କରଣ ଦିଗରେ ସାମାଜିକ ଓ ଆଞ୍ଚଳିକ କାର୍ଯ୍ୟକ୍ରମ କରିବା l ମହିଳା ସଂଗଠନ ସମାବେଶ ସଭାରେ ମୁଖ୍ୟ ଅତିଥୀ ରୂପେ ଭୁବନେଶ୍ୱର ସାଂସଦ ଅପରାଜିତା ଶଢଙ୍ଗୀ, ଅଜିତା ସଂଗଠନର ସଭାପତି ମୌସୁମୀ ମହାପାତ୍ର, ସଧାରଣ ସମ୍ପାଦକ ସଂଗୀତା ମାଝି, ଆଜିତା ଶକ୍ତି ନିଯୁକ୍ତି ସମ୍ପାଦକ ପ୍ରବୀଣା ଭଞ୍ଜ ଦେଓ, ପଥ ପ୍ରଦର୍ଶକ ବେବିନା ମାଝି, ସୁଲଚନା ମାଝି ଏବଂ ସମ୍ମାନୀୟ ଅତିଥୀ ଶୁଭଲକ୍ଷ୍ମୀ ଜେନା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ସଭା ଶୁଭାରମ୍ଭ କରିଥିଲେ l ସର୍ବଶେଷରେ ପଥ ପ୍ରଦର୍ଶକ ବିନୋଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l ବିଜେପି ସାଂସଦ ପ୍ରତିନିଧି ବାଇନ ପ୍ରଧାନ ଏବଂ ଦଳୀୟ କର୍ମୀ ମାନେ ସଭାକୁ ସୁପରିଚାଳନା କରିଥିଲେ l
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର






