
ଗଞ୍ଜାମ, ୨୩/୧୦/୨୧ (ଜିଲ୍ଲା ଖବର) : ନିଶା ବେପାରୀ ଘରୁ 8 କେଜି ସୁନା ଜବତ । ଗଞ୍ଜାମ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗାଁରେ ନିଶା ବେପାରୀ ଗିରଫ । କୁଖ୍ୟାତ ନିଶା ବେପାରୀ ଘରେ ବଡ଼ଧରଣର ରେଡ୍ ହୋଇଛି । ନିଶା ବେପାରୀଙ୍କ ଘରୁ 34 କେଜି ଗଞ୍ଜେଇ, 8 କେଜି 596 ଗ୍ରାମ ସୁନା ଜବତ କରିଛି ପୋଲିସ ।
ଅଖାରେ ଥିବା 75 ଲକ୍ଷ 9 ହଜାର ଟଙ୍କା, 10 କେଜି ଅଫିମ ଜବତ ହୋଇଛି । ଖଲ୍ଲିକୋଟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ଏ ସବୁ ସାମଗ୍ରୀ ଜବତ କରିଛି ପୋଲିସ ।



