ଲକ୍ଷ୍ମୀପୂଜା ଭସାଣୀ ସମୟରେ ମାଡିଗଲା ଟ୍ରାକ୍ଟର, ୫ ଗୁରୁତର

6

ଅନୁଗୁଳ, ୨୩/୧୦/୨୧ (ଜିଲ୍ଲା ଖବର) : ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଗଣ୍ତମାଳା ଗାଁରେ ଲକ୍ଷ୍ମୀପୂଜା ଭସାଣୀ ସମୟରେ ଟ୍ରାକ୍ଟର ମାଡି ୫ଜଣ ଗୁରୁତର ।  କୋଭିଡ ନିୟମକୁ “ଫୁ” କରି ରାତି ୧୦ ଟା ସମୟରେ ଏକ ନମ୍ବର ବିହୀନ ଟ୍ରାକ୍ଟର ଡାଲାରେ  ଭସାଣୀ ଯାତ୍ରା ଚାଲିଥିଲା ।

ଏହି ସମୟରେ ଟ୍ରାକ୍ଟର ଟି ମାଡିଯିବାରୁ ୫ ଜଣ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଗଣ୍ତମାଳା ଗ୍ରାମପଞ୍ଚାୟତର ସରପଞ୍ଚ  କୁନି ଦେହୁରୀ ଓ ଗ୍ରାମବାସୀ ଆହତ ବ୍ୟକ୍ତିମାନଙ୍କୁ  ଖମାର ମେଡିକାଲରେ ଭର୍ତ୍ତି କରିଥିଲେ।

ସେଠାରେ ଦିପୁ ଗୋଛୟତଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକାଲ ଓ ଅନ୍ୟ ୩ ଜଣଙ୍କୁ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାକୁ ସ୍ଥାନାନ୍ତରିତ କରାଯାଇଛି  । ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି  ନମ୍ବର ବିହନ ଟ୍ରାକ୍ଟଟ୍ ଜବତ କରିବା ସହ ଛାନଭିନ୍ ଆରମ୍ଭ କରିଛି।  ଭସାଣି କାର୍ଯ୍ୟକ୍ରମକୁ ନେଇ ପୋଲିସ ଭୂମିକାରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି।