ହାତୀ ଘଉଡାଇବା ବେଳେ ଯୁବକଙ୍କର ମୃତ୍ୟୁ

8

ସୁନ୍ଦରଗଡ଼, ୨୩/୧୦/୨୧ (ଜିଲ୍ଲା ଖବର) : ସୁନ୍ଦରଗଡ଼ ତଲସରା ଥାନା ତେନ୍ତୁଲିଧରିଆ ଗାଁରେ ହାତୀ ଉପବ୍ରଦ । ହାତୀ ଆକ୍ରମଣରେ ଯୁବକ ମୃତ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ତେନ୍ତୁଲିଧରିଆ ଗାଁର ଯୁବକ ନିକୁଲାସ ଜୋଜୋ(୩୪)ଙ୍କର ମୃତ୍ୟୁ ହୋଇଛି। ହାତୀ ଘଉଡାଇବା ବେଳେ ନିକୁଲାସ ହାତୀପଲଙ୍କ ହାବୁଡ଼ରେ ପଡି ପ୍ରାଣ ହରାଇଛନ୍ତି।  

ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ିବା ପରେ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ବୁର୍ଲା ରେଫର କରିଥିଲେ । ତେବେ ଡାକ୍ତରଖାନା ଯିବା ବାଟରେ ନିକୁଲାସଙ୍କ ମୃତ୍ୟୁ ହୋଇଛି । ହାତୀ ପଲ ଅନେକ ଫସଲ ନଷ୍ଟ କରିଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି ।