
୨୩/୧୦/୨୧ (ଜିଲ୍ଲା ଖବର) : ୟୂଏଇ ଏବଂ ଓମାନରେ ଚାଲିଥିବା ଟି-୨୦ ବିଶ୍ୱକପ ୨୦୨୧ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି। ଯେଉଁଥିରେ ଭୟୟ “ଏ” ଏବଂ “ବି” ଗ୍ରୁପରୁ ଶ୍ରୀଲଙ୍କା, ନାମ୍ବିଆ ଏବଂ ବାଲାଂଦେଶ, ସ୍କଟଲାଣ୍ଡ ସୁପର-୧୨ରେ ଖେଳିବାକୁ ସ୍ଥାନ ପାଇଛନ୍ତି।
ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଯୋଗ୍ୟତା ପର୍ଯ୍ୟାୟର ଶେଷ ୨ଟି ମ୍ୟାଚରେ ଶ୍ରୀଲଙ୍କା ଏବଂ ନାମ୍ବିଆ ବିଜୟ ହାସଲ କରିବା ସହ ଟି-୨୦ ବିଶ୍ବକପ ଅଭିଯାନ ଜାରି ରଖିଛନ୍ତି।
ସେପଟେ ଆଜିଠୁ ସୁପର-୧୨ରେ ପର୍ଯ୍ୟାୟ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ପରେ ଇଂଲଣ୍ଡ-ଓ୍ୱେଷ୍ଟଇଣ୍ଡିଜ ପରସ୍ପରକୁ ଭେଟାଭେଟି ହେବେ ବୋଲି ଜଣାପଡିଛି। ଭାରତୀୟ ସମୟ ଦିନ ୩.୩୦ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଥିବା ବେଳେ ସଂଧ୍ୟା ୭.୩୦ରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ରହିଛି।



