Home Uncategorized ପ୍ରାଣ ବିନ୍ଦୁ ରକ୍ତଦାନ ଜୀବନଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରାଣ ବିନ୍ଦୁ ରକ୍ତଦାନ ଜୀବନଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

17

ଜଟଣୀ, ୨୧/୧୦/୨୧ (ଜିଲ୍ଲା ଖବର):ସୁରକ୍ଷା ମଞ୍ଚ ଓ ରୋଟାରୀ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାଖ ଆଗ୍ରୱାଲା ଧର୍ମଶାଳା ଠାରେ ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ ସେବକ ଶିବପ୍ରସାଦ ମହାନ୍ତିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ଏକ ରକ୍ତଦାନ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥୀ ରୂପେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l ଜଟଣୀର ଅବସର ପ୍ରାପ୍ତ ଶିକ୍ଷକ ଦାଶରଥି ମିଶ୍ର ଏବଂ ତ୍ରିଲୋଚନ ମହାପାତ୍ର ସନ୍ନମାନୀୟ ଅତିଥୀ ରୂପ ଯୋଗ ଦେଇଥିଲେ l ଶିବପ୍ରସାଦ ମହାନ୍ତି ଥିଲେ ଜଟଣୀ ତଥା ଆଖ ପାଖ ଅଞ୍ଚଳର ଜଣେ ମହାନ ପରାଉପକାରୀ ବ୍ୟକ୍ତି ଥିଲେ l ପ୍ରତ୍ୟକ ମୁହୂର୍ତ୍ତରେ ସେ ଗରିବଙ୍କ ସାଥୀ ଥିଲେ l ତାଙ୍କରି ମୃତ୍ୟୁରେ ଜଟଣୀରେ ଏକ ଅପୂରଣୀୟ କ୍ଷତି ଘଟିଛି l ଏହି ମହାନ ବ୍ୟକ୍ତିର ସ୍ମୃତି ରକ୍ଷା ପାଇଁ ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ମହତ ଉଦ୍ଦେଶ୍ୟ ରଖି ସୁରକ୍ଷା ମଞ୍ଚ ଜଟଣୀ ଏବଂ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇ ଯାଇଅଛି l ରକ୍ତଦାନ ଶିବିରରେ ୭0 ୟୁନିଟ ରକ୍ତ ନମୁନା ସଂଗ୍ରହ ହେବା ସଂଗେ ସଂଗେ ୧0 ଜଣ ବ୍ୟକ୍ତି ନିଶୁଳ୍କ ଚକ୍ଷୁ ଚିକିତ୍ସା କରାଇଛନ୍ତି l ଏହି ଅବସରରେ ଡ଼. ନେଚର ୱେଲନେସ ତରଫରୁ ଏକ ଆୟୁର୍ବେଦ ଔଷଧର ପ୍ରଚାର କରିଥିଲେ l ଏଭଳି ମହତ କାର୍ଯ୍ୟକୁ ସୁରକ୍ଷା ମଞ୍ଚର ସଭାପତି ଶିବ ପ୍ରସାଦ ଯୋଶୀ, ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, କର୍ମୀ ହୃଷିକେଶ ସେଠୀ, ଧୀରେନ୍ଦ୍ର ନାଥ ଜେନା, ପ୍ରଦୀପ ବାରିକ, ଜୀବନ ବଲ୍ଲଭ ମହାନ୍ତି, କୈଳାସ ପଟ୍ଟନାୟକ ଏବଂ ରାଜା ମିଶ୍ର ପ୍ରମ୍ମୁଖ ଯୋଗଦାନ ଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ l
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର