ଗୁଣପୁର ,୨୧/୧୦/୨୧(ଜିଲ୍ଲା ଖବର):ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଆଜି +2 ପ୍ରଥମ ବର୍ଷ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଦୁଇଟି ପର୍ଯ୍ୟାୟରେ ଦୁଇଗୋଟି ଦୀକ୍ଷା କାର୍ଯ୍ୟକ୍ରମ ତଥା ସ୍ବାଗତ ସମାରୋହ ସଭାର ଆୟୋଜନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିଲେ । ଅଧ୍ୟାପିକା ବନ୍ଦିତା ଧୁରୁଆ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ଗୋକୁଳାନନ୍ଦ ସାହୁ ଛାତ୍ରଛାତ୍ରୀମାନଙ୍କୁ ଯୁକ୍ତ ଦୁଇ ଶ୍ରେଣୀର ପରୀକ୍ଷା ପ୍ରଣାଳୀ ସଂପର୍କରେ ଅବଗତ କରାଇଥିଲେ । ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଅନଲାଇନ୍ ଶିକ୍ଷା ସମ୍ବନ୍ଧରେ ପ୍ରଚଳିତ ବିଭିନ୍ନ ୱେବସାଇଟ୍ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ସେହିପରି ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ମହାବିଦ୍ୟାଳୟର ବିଭିନ୍ନ ନୀତି ନିୟମ ସଂପର୍କରେ ବିସ୍ତୃତ ଭାବେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ପର୍ଯ୍ୟାୟର ଶେଷରେ ଅଧ୍ୟାପିକା ଡକ୍ଟର ଦୀପିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଡକ୍ଟର ରମାକାନ୍ତ ସାହୁ, ଅଧ୍ୟାପିକା ସୁନୀତା ଗମାଙ୍ଗ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହାପରେ କଳା ବିଭାଗର ସ୍ବାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା ନବାଗତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି ମହାବିଦ୍ୟାଳୟର ସକଳ ସୁବିଧା ତଥା ପାଠାଗାରର ଉପଯୋଗିତା ସଂପର୍କରେ ଛାତ୍ରଛାତ୍ରୀମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଅଧ୍ୟାପକ ଜଗନ୍ନାଥ ଦୀପ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ ପାଠ୍ଯଖସଡ଼ା ତଥା ପରୀକ୍ଷା ପଦ୍ଧତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଅନଲାଇନ୍ ଶିକ୍ଷା ଗ୍ରହଣର ସୁବିଧା ଉପରେ ଆଲୋକପାତ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରୀଯୁକ୍ତ ଜ୍ଯୋତିରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ବସନ୍ତ କୁମାର ସାହୁ ସମେତ ଖେଳ ଶିକ୍ଷକ ଶ୍ରୀଯୁକ୍ତ ଦେବ ପ୍ରସାଦ ପାଢ଼ୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ନବାଗତ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ଅଭିଭାବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ: ରାମନାଥ ମହାନ୍ତି








