
ନୂଆଦିଲ୍ଲୀ,୨୧/୧୦ ୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍, ଡ୍ରଗ୍ସ ମାମଲାରେ ଗିରଫ ହୋଇ ଆର୍ଥର ରୋଡ ଜେଲରେ ଅଛନ୍ତି । ଗତକାଲି ତାଙ୍କ ଜାମିନ ଆବେଦନର ଶୁଣାଣୀ ଥିଲା, କିନ୍ତୁ ତାଙ୍କ କାଲି ତାଙ୍କ ଜାମିନ୍ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । ଆଉ ଏବେ ତାଙ୍କ ଓକିଲୋ ବମ୍ବେ ହାଇକୋର୍ଟ ରେ ବେଲ ପାଇଁ ଆବେଦନ କରିଛନ୍ତି । ବମ୍ବେ ହାଇକୋର୍ଟରେ ୨୬ ଅକ୍ଟୋବରରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନର ଶୁଣାଣୀ ହେବ ।
ତେଣୁ ଏବେ ପୁଣି ଆଉ କିଛି ଦିନ ଜେଲରେ ରହିବେ ଆର୍ଯ୍ୟନ୍ । ତେବେ କୋଭିଡ କଟକଣା ପାଇଁ କୌଣସି ବି ପରିବାର ସଦସ୍ୟଙ୍କୁ ସେଠାକୁ ଯାଇ ଭେଟିବାକୁ ଅନୁମତି ନଥିଲା । କିନ୍ତୁ ଏବେ ତାହା ଉଠାଇ ଦିଆ ଯାଇଛି । ଏହାପରେ ତୁରନ୍ତ ପୁଅକୁ ଭେଟିବା ପାଇଁ ଜେଲରେ ଯାଇ ପହଞ୍ଚିଛନ୍ତି ଶାହରୁଖ୍ ଖାନ୍ । ମାତ୍ର ୧୫ ମିନିଟ ଦୁହେଁ ଦୁହିଁଙ୍କୁ ଭେଟିଥିଲେ ।



