Thursday, November 12, 2026
Home ଆଞ୍ଚଳିକ ରିଲିଜ୍ ହେଲା ଫିଲ୍ମ’ସୂର୍ଯ୍ୟବଂଶୀ ‘ର ଗୀତ ‘ଆଇଲା ରେ ଆଇଲା’

ରିଲିଜ୍ ହେଲା ଫିଲ୍ମ’ସୂର୍ଯ୍ୟବଂଶୀ ‘ର ଗୀତ ‘ଆଇଲା ରେ ଆଇଲା’

6

ନୂଆଦିଲ୍ଲୀ,୨୧/୧୦ ୨୧ (ଜିଲ୍ଲା ଖବର ) : ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ୫ ନଭେମ୍ବରରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ’ସୂର୍ଯ୍ୟବଂଶୀ ‘ । ତେବେ ଦର୍ଶକଙ୍କ ପାଇଁ ଖୁସି ଖବର । ଏହି ଫିଲ୍ମର ପ୍ରଥମ ଗୀତ ‘ଆଇଲା ରେ ଆଇଲା’ ରିଲିଜ୍ ହୋଇ ଯାଇଛି ।  ସବୁଠାରୁ ଖାସ୍ କଥା ହେଉଛି,ଏଥିରେ ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ରଣବୀର ସିଂହ ଏକାଠି ନଜର ଆସୁଛନ୍ତି । ଏବଂ ଧମାଲ ମଚାଉଥିବା ନଜର ଆସୁଛନ୍ତି ।

ଏହି ଗୀତ ଦେଖିବା ପରେ ଦର୍ଶକ ସମ୍ପୂର୍ଣ୍ଣ ଫିଲ୍ମ ଦେଖିବା ପାଇଁ ବେଶ ଉସ୍ବାହର ସହ ଅପେକ୍ଷା କରିଛନ୍ତି । ତେବେ ଏଥିରେ ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ ନଜର ଆସିବେ ।