Wednesday, October 14, 2026
Home ଅପରାଧ ମମିତା ମେହେର ହତ୍ୟା ଘଟଣା, ବ୍ରହ୍ମପୁରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ

ମମିତା ମେହେର ହତ୍ୟା ଘଟଣା, ବ୍ରହ୍ମପୁରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ

8

ବ୍ରହ୍ମପୁର,୨୧/୧୦ ୨୧ (ଜିଲ୍ଲା ଖବର ) : ମମିତା ମେହେର ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ଓଡ଼ିଶା । କଳାହାଣ୍ଡି ପରେ ଆଜି ବଲାଙ୍ଗୀରରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା । ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର‌୍ୟ୍ୟାନ୍ତ ବନ୍ଦ ପାଳନ କରାଯାଉଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ରଣହୁଙ୍କାର ଦେଇଛି । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ଥିବା ଅଭିଯୋଗ କରିବା ସହ ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି । 

ସେପଟେ ବ୍ରହ୍ମପୁରରେ ବି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଛି । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ପାଇଁ ଦାବି ଜୋର ଧରିଛି ।