
ପୁରୀ, ୨୧/୧୦ ୨୧ (ଜିଲ୍ଲା ଖବର ) : ଆଜିଠୁ ଶ୍ରୀକ୍ଷେତ୍ର ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ପ୍ରଶାସନିକ କଟକଣା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ଭିଡ ଜମାଇଛନ୍ତି ହଜାର ହଜାର ହବିଷ୍ୟାଳି, ହୁଳହୁଳିରେ ହରିବୋଲରେ ଫାଟି ପଡୁଛି ଶ୍ରୀକ୍ଷେତ୍ର । ସକାଳୁ ସକାଳୁ ବିଭିନ୍ନ ପଞ୍ଚତୀର୍ଥ ପୁଷ୍କରୀଣିରେ ସ୍ନାନ କରିବା ପରେ ରାଇ ଦାମୋଦର ପୂଜା କରି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରିଛନ୍ତି ।
ହବିଷ୍ୟାଳିଙ୍କ ପାଇଁ ଦର୍ଶନ ବ୍ୟବସ୍ଥାରେ କୋହଳ କରାଯାଇଛି । ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ସହିତ ସୃଙ୍ଖଳିତ ଭାବେ ମହାପ୍ରସାଦ ପାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କାର୍ତ୍ତିକ ମାସରେ ଗହଳିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।


