Home ଜାତୀୟ ସଂସଦ ଭବନରେ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷା ଶିବିର ଉଦ୍ଘାଟନ କଲେ ଲୋକସଭା ବାଚସ୍ପତି ଓମ...

ସଂସଦ ଭବନରେ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷା ଶିବିର ଉଦ୍ଘାଟନ କଲେ ଲୋକସଭା ବାଚସ୍ପତି ଓମ ବିର୍ଲା

11

ନୂଆଦିଲ୍ଲୀ, ୨୦/୧୧: ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ଚୌବେ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ସଂସଦ ଭବନ ପରିସରରେ ଏକ ସ୍ୱାସ୍ଥ୍ୟ ସଚେତନତା ଏବଂ ପରୀକ୍ଷା ଶିବିରକୁ ଉଦ୍ଘାଟନ କରିଛନ୍ତି ।

ଏହା ସାଂସଦ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ସଚେତନତା ଓ ରୋଗ ନିରୂପଣ ସେବା ଯୋଗାଇଦେବ ।ଏହି ସ୍ୱାସ୍ଥ୍ୟ ଶିବିର ନଭେମ୍ବର ୨୦ ରୁ ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ସିଜିଏଚଏସ ଏବଂ ଲୋକସଭା ସଚିବାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଛି । ଏମ୍ସ, ସଫଦରଜଙ୍ଗ ହସ୍ପିଟାଲ, ଡଃ ରାମ ମନୋହର ଲୋହିୟା ହସ୍ପିଟାଲ, ଲେଡି ହାରଡିଙ୍ଗ ମେଡିକାଲ କଲେଜ ଏବଂ ସୁଚେତା କୃପାଳିନୀ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରମାନେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ରେଡିଓଲୋଜି ଓ ବାୟୋ କେମେଷ୍ଟ୍ରୀରେ ଗୁରୁତ୍ଵପୂର୍ଣ୍ଣ ଯାଞ୍ଚ ପାଇଁ ନିରୂପଣ ସୁବିଧା ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗାଇ ଦିଆଯାଉଛି । ଏହାଛଡା ହୋମିଓପାଥି, ୟୁନାନୀ, ସିଦ୍ଧ, ନ୍ୟାଚୁରୋପାଥି ଏବଂ ଯୋଗ ଆଦି ବିଷୟରେ ସ୍ୱାସ୍ଥ୍ୟ ସଚେତନତା କରାଯାଉଛି । ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି ।ଏହି ଅବସରରେ ସ୍ୱାସ୍ଥ୍ୟ ସଚିବ (ସ୍ଵାଧୀନ ଦାୟିତ୍ଵ) ଡଃ ଅରୁଣ ପଣ୍ଡା, ଯୁଗ୍ମ-ସଚିବ ଶ୍ରୀ ଆଲୋକ ସାକ୍ସେନା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ଡାକ୍ତରମାନେ ଯୋଗ ଦେଇଥିଲେ ।

ସ୍ରୋତ-ପିଆବି