Sunday, October 18, 2026
Home ଆଞ୍ଚଳିକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ‘TRUTH Social’ନାମରେ ଲଞ୍ଚ କରିବେ ନିଜର…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ‘TRUTH Social’ନାମରେ ଲଞ୍ଚ କରିବେ ନିଜର…

15

ୱାଶିଂଟନ୍,୨୧/୧୦ ୨୧ (ଜିଲ୍ଲା ଖବର ) : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଆଜି ଘୋଷଣା କରିଛନ୍ତି ଯେ ସେ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବାକୁ ଯାଉଛନ୍ତି, ଯାହାର ନାଁ ‘TRUTH Social’ ରଖାଯାଇଛି । କୁହାଯାଉଛି ଯେ ଟ୍ରମ୍ପଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ପରି ହେବ, ଯେଉଁଥିରେ ୟୁଜର୍ସମାନେ ନିଜର ବିଚାର, ଫଟୋ ଓ ଭିଡିଓ ସେୟାର କରିପାରିବେ ।

ଟ୍ରମ୍ପ ନିଜର ବୟାନରେ ଟ୍ୱିଟରକୁ ଟାର୍ଗେଟ କରି କହିଛନ୍ତି ଯେ, ‘ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ ଓ ତାର ‘TRUTH Social’ ଆପ୍ ଲଞ୍ଚ କରିବା ଦ୍ୱାରା ବଡ଼ ବଡ଼ ଟେକ୍ କମ୍ପାନୀଗୁଡିକ ପାଇଁ ପ୍ରତିଦ୍ୱନ୍ଦ୍ୱୀ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଆମେ ଏପରି ଏକ ସମାଜରେ ରହୁଛୁ, ଯେଉଁଠାରେ ତାଲିବାନ୍ ବହୁଳ ମାତ୍ରାରେ ଟ୍ୱିଟର ବ୍ୟବହାର କରୁଛି, କିନ୍ତୁ ଆପଣଙ୍କ ପ୍ରିୟ ଆମେରିକାର ରାଷ୍ଟ୍ରପତିଙ୍କୁ ଚୁପ୍ କରାଯାଉଛି । ଯାହାକି ଗ୍ରହଣୀୟ ନୁହେଁ ।’

ତେବେ ଟ୍ୱିଟର ଓ ଫେସବୁକରେ ବ୍ୟାନ୍ ହେବା ପରେ ନିଜର ସୋସିଆଲ ମିଡିଆ ସାଇଟ୍ ଲଞ୍ଚ କରିବାକୁ କହିଛନ୍ତି ଟ୍ରମ୍ପ । କମ୍ପାନୀର କହିବା ମୁତାବକ, ଏହା ଏକ ଭିଡିଓ-ଅନ୍-ଡିମାଣ୍ଡ ସେବାର ଯୋଜନା, ଯେଉଁଥିରେ ମନୋରଞ୍ଜନ ପ୍ରୋଗ୍ରାମିଂ, ସମାଚାର ଓ ପୋଷ୍ଟକାଷ୍ଟ ସାମିଲ ହେବ ।