Monday, October 12, 2026
Home ଅପରାଧ ମମିତା ମେହେରଙ୍କ ହତ୍ୟା ଘଟଣା, ପିଲାଙ୍କୁ ଆଉ କଲେଜରେ ପଢାଇବାକୁ ଚାହୁଁନାହାଁନ୍ତି ଅଭିଭାବକ

ମମିତା ମେହେରଙ୍କ ହତ୍ୟା ଘଟଣା, ପିଲାଙ୍କୁ ଆଉ କଲେଜରେ ପଢାଇବାକୁ ଚାହୁଁନାହାଁନ୍ତି ଅଭିଭାବକ

7

୨୧/୧୦ ୨୧ (ଜିଲ୍ଲା ଖବର ) : ମହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା । ଦିନକୁ ଦିନ ନୂଆ ମୋଡ ନେଉଛି ମମିତା ହତ୍ୟା ଘଟଣା। କେତେବେଳେ ଟ୍ୱିଟରରେ ଜଷ୍ଟିସ ଫର ମମିତା ବୋଲି ଟ୍ରେଣ୍ଡ କରୁଥିବାବେଳେ ଧାରଣାକୁ ବିଭିନ୍ନ ଦଳ ଏବଂ ସାଧାରଣ ଲୋକ ଓହ୍ଲାଉଛନ୍ତି। ଅନ୍ୟପଟେ ପିଲାଙ୍କ ଟିସି ନେବାକୁ କଲେଜରେ ପହଞ୍ଚିଛନ୍ତି ଅଭିଭାବକମାନେ । ପିଲାଙ୍କୁ ଆଉ କଲେଜରେ ପଢାଇବାକୁ ଚାହୁଁନାହାଁନ୍ତି ଅଭିଭାବକ ।

ସେପଟେ ୫ ଦିନିଆ ରିମାଣ୍ଡରେ ଅଛି ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଘନ ଘନ ଜେରା ବେଳେ କ୍ଷମା ମାଗିବା ସହ କାନ୍ଦି ପକେଇଲା ଗୋବିନ୍ଦ । ନିଜ ଭୁଲ ଓ କଳା କାରନାମା ମାନିବା ସହ ମମିତାଙ୍କ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସମସ୍ତଙ୍କ ନାଁ କହିଲା ଗୋବିନ୍ଦ ସାହୁ ।