
ନୂଆଦିଲ୍ଲୀ, ୨୧/୧୦ ୨୧ (ଜିଲ୍ଲା ଖବର ) : ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ୧୨ର ବିଜେତା ପବନଦୀପ୍ ରାଜନ ଏବଂ ଫାଷ୍ଟ ରନର୍ସଅପ୍ ଅରୁଣୀତା କାଞ୍ଜିଲାଲ୍ ଏହି ଶୋ’ ସହିବା ପରେ, ମଧ୍ୟ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଛନ୍ତି । ତେବେ ଏହି ଶୋ’ ସରିବା ପରେବି ଅନେକ ସ୍ଥାନରେ ଦୁହେଁ ଏକାଠି ନଜର ଆସିଛନ୍ତି । କିଛି ଗୀତରେ ଦୁହେଁ କଣ୍ଠଦାନ କରି ସାରିଲେଣି । ଆଉ ଏବେ ପୁଣି ଥରେ ଫ୍ୟାନ୍ସଙ୍କ ପାଇଁ ନୂଆ ସରପ୍ରାଇଜ୍ ନେଇକି ଆସିଛନ୍ତି ଦୁହେଁ । ଯାହା ଜାଣିବା ପାଇଁ ବେଶ ଉସ୍ବାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।
ଅନ୍ୟପଟେ ଇଣ୍ଡିଆନ୍ ଆଇଡଲରୁ ଶୋ’ରୁ ହିଁ ଦୁହିଁଙ୍କୁ ନେଇ ଲୋକେ ଟୁପୁରୁ ଟାପୁରୁ ହେଉଥିଲେ । କିନ୍ତୁ ଅନେକ ସାକ୍ଷାତକାର ମାଧ୍ୟମର ଦୁହେଁ ଏକଥା ସ୍ପଷ୍ଟ କରିଛନ୍ତି ଯେ, ଦୁହିଁଙ୍କ ଭତରେ ବହୁତ୍ ଭଲ ବନ୍ଧୁତା ରହିଛି ।
କିନ୍ତୁ ହଠାତ୍ ଏବେ ଦୁହେଁ ନିର୍ବନ୍ଧ କରିବାକୁ ଯାଉଥିବା କଥା ଶୁଣିବାକୁ ମିଳୁଛି । କଥାଟା ସମସ୍ତଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରୁଥିବ । ପ୍ରକୃତରେ କଥା କ’ଣ ଜାଣିବାକୁ ସମସ୍ତଙ୍କ ଇଛା ଥିବ । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ । କାରଣ ରିୟଲ ଲାଇଫରେ ନୁହେଁ ବରଂ ରିଲ୍ ଲାଇଫରେ ଦୁହେଁ ନିର୍ବନ୍ଧ କରିବେ । ଦୁହିଁଙ୍କର ଏକ ନୂଆ ଗୀତ ରିଲିଜ୍ ହେବାକୁ ଯାଉଛି । ଏଥିରେ ଦୁହେଁ କଣ୍ଠଦାନ କରିବା ସହିତ, ପ୍ରଥମ ଥର ପାଇଁ ଅଭିନୟ ମଧ୍ୟ କରିବେ । ଗୀତଟି ହେଉଛି ‘Manzoor Dil’ । ଯାହାର ଟିଜର ନିକଟରେ ରିଲିଜ୍ ହୋଇଛି ।
ଏହି ଟିଜରରେ ପବନଦୀପ୍ ନିଜ ମନର କଥା ଅରୁଣିତାଙ୍କୁ କହୁଥିବା ଦେଖିବାକୁ ମିଳିଛି। ପବନ ଟିଜରରେ ଅରୁଣିତାଙ୍କୁ କହୁଛନ୍ତି, ‘ଏକ ବାତ୍ ପୁଛୁ…’ ଏହାର ଉତ୍ତରରେ ଅରୁଣିତା କହୁଛନ୍ତି, ‘ହାଁ ପୁଛୋ…’ ପବନ କହୁଛନ୍ତି- ସାଥ୍ ଦୋଗି ନା ମେରା… ଏହାର ଜବାବରେ ଅରୁଣିତା କହୁଛନ୍ତି- ହମେଶା… ଉଭୟଙ୍କର ଏହି ରୋମାଣ୍ଟିକ୍ ଗୀତ ଅକ୍ଟୋବର ୨୩ରେ ରିଲିଜ୍ ହେବ।


