
୨୧/୧୦ ୨୧ (ଜିଲ୍ଲା ଖବର ) : ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସ ଝାଜର କ୍ୟାମ୍ପସରେ ଥିବା ଜାତୀୟ କର୍କଟ ପ୍ରତିଷ୍ଠାନ (ଏନସିଆଇ) ରେ ଇନଫୋସିସ୍ ଫାଉଣ୍ଡେସନ୍ ବିଶ୍ରାମ ସଦନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୦:୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ପିଏମ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ଏବଂ ଇନଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀମତୀ ସୁଧା ମୁର୍ତ୍ତୀ ମଧ୍ୟ ଯୋଗଦେବେ ବୋଲି ଜଣାପଡିଛି। କର୍କଟ ରୋଗୀଙ୍କ ସହାୟକମାନଙ୍କ ପାଇଁ ଇନଫୋସିସ୍ ଫାଉଣ୍ଡେସନ ଦ୍ୱାରା ୮୦୬ ଶଯ୍ୟା ବିଶିଷ୍ଟ ବିଶ୍ରାମ ସଦନ ର୍ନିମାଣ ହୋଇଛି। ପ୍ରାୟ ୯୩ କୋଟି ଟଙ୍କା ବ୍ୟୟରେ ଫାଉଣ୍ଡେସନ ଦ୍ୱାରା ଏହା ର୍ନିମାଣ କରାଯାଇଥିବା ଜଣାପଡିଛି।


