
ନୂଆଦିଲ୍ଲୀ,୨୧/୧୦ ୨୧ (ଜିଲ୍ଲା ଖବର ) : ମାତ୍ର ୪୦ ବର୍ଷ ବୟସରେ ଏ ଦୁନିଆକୁ ଅଲବିଦା କରି ଆରପାରିକୁ ଚାଲିଯାଇଛନ୍ତି ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ହଠାତ୍ ତାଙ୍କର ଏପରି ଅକାଳ ବିୟୋଗକୁ, ସମସ୍ତଙ୍କ ପକ୍ଷେ ସହଜେ ବିଶ୍ବାସ କରିବା କଷ୍ଟକର ଥିଲା । ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କର ଘନିଷ୍ଠ ବାନ୍ଧବୀ ଶେହନାଜ୍ ଗିଲ୍ ,ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏପରିକି କିଛି ଦିନ ଯାଏ ନିଜର ସୁଟିଂ ବନ୍ଦ କରି ଦେଇଥିଲେ ଶେହନାଜ୍ ଗିଲ୍ । ଆଜି ସିଦ୍ଧାର୍ଥ ଚାଲି ଯିବାର କିଛି ଦିନ ବିତି ଗଲାଣି । ଏହାରି ମଧ୍ୟରେ ନିକଟରେ ସିଦନାଜଙ୍କ ଶେଷ ଗୀତ ହାବିଟ୍ ରିଲିଜ୍ ହୋଇ ଯାଇଛି । ଏହା ଥିଲା ସିଦନାଜ ଯୋଡିଙ୍କ ଶେଷ ଗୀତ । ଏହାପରେ ଆଉ କେବେ ଏକାଠି ନଜର ଆସିବେନି ଏହି ଯୋଡି ।
ପ୍ରକାଶ ଥାଉକି, ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ହେବା ପୂର୍ବରୁ, ଦୁହେଁ ଏହି ଗୀତର ସୁଟିଂ କରୁଥିଲେ । ଅଧା ଗୀତ ସୁଟିଂ ସରିଥିଲା । ଏହାରି ମଧ୍ୟରେ ଆରପାରିକୁ ଚାଲିଗଲେ ସିଦ୍ଧାର୍ଥ । ଏହାର ଯେତିକି ପାର୍ଟ ସୁଟିଂ ସରିଥିଲା , ସେଥିରେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ଏହା ଏକ ହାପି ସଙ୍ଗ ଭାବେ ଲଞ୍ଚ ହେବାର ଥିଲା। କିନ୍ତୁ ସିଦ୍ଧାର୍ଥଙ୍କ ଯିବାପରେ , ଏହି ଗୀତକୁ ଏକ ଇମୋସନାଲ ଗୀତରେ ପରିବର୍ତ୍ତନ କରାଯାଇଛି । ପରେ ଏହାର ଇମୋସନାଲ ପାର୍ଟ ପୁରା କରିଛନ୍ତି ଶେହନାଜ୍ । ଯେଉଁଥିରେ ତାଙ୍କର ଯନ୍ତ୍ରଣା ସ୍ପଷ୍ଟ ଜଣାପଡୁଛି ।


