ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ

9

ସୁନ୍ଦରଗଡ, ୨୧/୧୦ ୨୧ (ଜିଲ୍ଲା ଖବର ) : ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ । ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି ଏଭଳି ଘଟଣା।ରାଏବଗା ଥାନା କାଦୋବାହଲ ଗାଁରେ ଲୋଧି ପଢୁଆର ଏବଂ ଲୋହିଆ ପଢୁଆରଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।

ରାଏବଗା ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୃଦ୍ଧ ଦମ୍ପତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି।