
୨୧/୧୦ ୨୧ (ଜିଲ୍ଲା ଖବର ) :୧୦୦ କୋଟି ମୁହାଁ ଟିକାକରଣ । ଭାରତରେ ଆଉ ମାତ୍ର ୪୬ଲକ୍ଷ ଟିକା ନେବା ପରେ ଭାରତ ହାସଲ କରିବ ଏକ ବଡ ଉପଲବ୍ଧି । ଆଉ ଦିନକ ଭିତରେ ଭାରତ ଛୁଇଁପାରେ ୧୦୦ କୋଟି ଟିକାକରଣ ମାଇଲ ଖୁଣ୍ଟ ଛୁଇଁବ। ବୁଧବାର ଭାରତରେ କୋଭିଡ ୧୯ ଭ୍ୟାକ୍ସିନର ଡୋଜ ୯୯ କୋଟି ୫୪ ଲକ୍ଷରେ ପହଂଚିଛି । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ଟ୍ୱିଟ କରି ଏହି ସର୍ଣ୍ଣିମ ଅବସର ସହଭାଗୀ ହେବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି, ଏହାସହ ଯେଉଁମାନଙ୍କ ଭ୍ୟାକ୍ସିନେସନ ହୋଇନାହିଁ, ସେମାନେ ତତ୍କାଳ ଟିକା ନେଇ ଭାରତର ଏହି ଐତିହାସିକ ସର୍ଣ୍ଣିମ ଟିକାକରଣ ଯାତ୍ରାରେ ନିଜର ଯୋଗଦାନ ଦେବାକୁ କହିଛନ୍ତି।
ଜାନୁଆରି ୧୬ରେ ଭାରତରେ ଆରମ୍ଭ ହୋଇଥିଲା ଟିକାକରଣ। ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଥିଲା। ଏହାପରେ ଫେବ୍ରୁଆରି ୨ ତାରିଖରୁ ଭ୍ୟାକ୍ସିନେସନ ପାଇଁ ସମ୍ମୁଖ ଯୋଦ୍ଧାଙ୍କୁ ଯୋଗ୍ୟ ଘୋଷଣା କରାଯାଇଥିଲା । ଏହାପରେ ଜୁନ ୨୧ ତାରିଖରୁ ଦେଶରେ ଆରମ୍ଭ ହୋଇଥିଲା ସମସ୍ତଙ୍କୁ ଟିକା, ମାଗଣା ଟିକା । ଏହାରି ଭିତରେ ଭାରତର ଟିକାକରଣକୁ ଆଇଏମଏଫ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛନ୍ତି ।
ସେପଟେ ୧୦୦ କୋଟି ଟିକାରଣକୁ ଐତିହାସିକ କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର। ୧୦୦ କୋଟି ଟିକାକରଣ ସମ୍ପର୍କରେ ଦେଶର ସମସ୍ତ ରେଳ ଷ୍ଟେସନ, ବିମାନ ବନ୍ଦର, ବସ ଷ୍ଟାଣ୍ଟ, ବନ୍ଦରରେ ଘୋଷଣା କରାଯିବ।



