Thursday, November 12, 2026
Home ଆଞ୍ଚଳିକ ପୁଅକୁ ଭେଟିବାକୁ ପହଞ୍ଚିଲେ ଶାହରୁଖ୍ ଖାନ୍

ପୁଅକୁ ଭେଟିବାକୁ ପହଞ୍ଚିଲେ ଶାହରୁଖ୍ ଖାନ୍

6

ନୂଆଦିଲ୍ଲୀ ,୨୧/୧୦ ୨୧ (ଜିଲ୍ଲା ଖବର ) : ମୁମ୍ବାର କ୍ରୁଜ୍ ରେଭ ପାର୍ଟିରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ବଲିଉଡ ଅଭିନେତା ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ଏବେ ଯାଏ ତାଙ୍କର ଜାମିନ୍ ମଧ୍ୟ ହୋଇ ପାରି ନାହିଁ । ତେବେ ଏହାରି ଭିତରେ ଶାହରୁଖ ଖାନ୍ ଆର୍ଯ୍ୟନଙ୍କୁ ଭେଟିବା  ନିକଟରେ ଆର୍ଥର ରୋଡ ଜେଲ ରେ ପହଞ୍ଚିଛନ୍ତି ।  କିଛି ଦିନ ଧରି ଜେଲରେ ବନ୍ଦ ଥିବା ପୁଅକୁ, ଭେଟିବାକୁ ଅନେକ ଦିନ ପରେ ଶାହରୁଖ୍ ଯାଇ ପହଞ୍ଚିଛନ୍ତି । ଅନ୍ୟପଟେ ଗତକାଲି ଆର୍ଯ୍ୟନଙ୍କ ଜାମିନ୍ ଆବେଦନର ଶୁଣାଣୀ ଥିଲା, କିନ୍ତୁ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ । ଲଗାତାର ଏନସିବି ତାଙ୍କ ଜାମିନକୁ ବିରୋଧ କରି ଆସୁଛି । ଆଉ ଏବେ ଆର୍ଯ୍ୟନଙ୍କ ଓକିଲୋ ତାଙ୍କର ଜାମିନ୍ ପାଇଁ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ।