
ନୂଆଦିଲ୍ଲୀ, ୨୧/୧୦ ୨୧ (ଜିଲ୍ଲା ଖବର ) : ବଳିଉଡ ଅଭିନେତ୍ରୀ କରୀନା କପୁର ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସବୁବେଳେ ସେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ଅଭିନେତ୍ରୀ ଟ୍ରୋଲର ଶିକାର ହୋଇଛନ୍ତି । ଯଦି କାରରେ ବସି କଫି ପିଇବାର ଅଛି, ତେବେ ଏତେ ବଡ ଘର କ’ଣ ପାଇଁ ଅଛି ବୋଲି ୟୁଜର୍ସ ତାଙ୍କୁ ପ୍ରଶ୍ନ କରୁଛନ୍ତି । ପ୍ରକୃତରେ ନିକଟରେ କରୀନା କପୁର ନିଜ ଘର ବାହାରେ ହାତରେ କଫି ମଗ୍ ଧରି କିଛି ସମୟ ଏପସ ସେପଟ ହେବା ପରେ, ସେହି କଫି ମଗ୍ ଧରି ଯାଇ କାରରେ ବସିଥିଲେ । ତେବେ ତାଙ୍କର ଏହି ଭିଡିଓ ବଲଉଡପେପ୍ ଦ୍ବାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହା ଦେଖିବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି , ‘ ଘର ଭିତରେ ହିଁ ପିଅନ୍ତୁ ନା କଫି ‘ । ଅନ୍ୟଜଣେ ଲେଖିଛନ୍ତି, ‘ୟେ ଘର ଭିତରେ ବି ଏମିତି ବୁଲନ୍ତି କି? ପୁଣି କେହି କେହି ତାଙ୍କୁ ଘର ଭିତରେ କଫି ପିଇବାକୁ ବି ସମୟ ନାହିଁ ବୋଲି କହୁଛନ୍ତି ।
ତେବେ କରୀନା ଯେତେବେଳେ ହାତରେ କଫି ମଗ୍ ଧରି ଘରୁ ବାହାରକୁ ବାହାରିଥିଲେ, ପାପାରାଜି ଫଟାଫଟ୍ ତାଙ୍କର ଭିଡିଓ ଏବଂ ଫଟୋ କ୍ଲିକ୍ କରିବା ଆରମ୍ଭ କରି ଦେଇଥିଲେ । ଆଉ ଏବେ ତାଙ୍କର ଏହି ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହେଉଛି । କେବଳ ସେ ଟ୍ରୋଲ ହେଉ ନାହାନ୍ତି ବରଂ ଏହା ସହିତ ତାଙ୍କର ଏହି ଲୁକ ଓ ତାଙ୍କ ସୁନ୍ଦରତାକୁ ଅନେକ ପସନ୍ଦ ମଧ୍ୟ କରୁଛନ୍ତି ।



