
୨୧/୧୦ ୨୧ (ଜିଲ୍ଲା ଖବର ) : ଆଜିଠୁ ଆରମ୍ଭ ହେବ ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା। ପୂର୍ବରୁ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଆରମ୍ଭ ହେବା ନେଇ ସମସ୍ତ ପ୍ରସ୍ତୁତି ସରିଛି । ପିଲା ମାନେ କଲେଜକୁ ଆସିବା ପୂର୍ବରୁ କଲେଜ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର କରାଯିବା ସହ କ୍ୟାମ୍ପସକୁ ବିଶୋଧନ କରାଯାଇଛି।
ତେବେ ପାଠପଢାକୁ ପ୍ରାଧାନ୍ୟ ଦିଆଯାଇଥିଲେ ମଧ୍ୟ ପିଲା ମାନଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦେବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି। ଯାହା ଚିନ୍ତାର କାରଣ ପାଲଟିଛି।


