ମମିତା ମେହେର ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତକୁ ଫେରାର କରିଥିବା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମହିଳା ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା, ବିକ୍ଷୋଭ ଏବଂ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

14

କଳାହାଣ୍ଡି,୨୧/୧୦/୨୧(ଜିଲ୍ଲା ଖବର):କଳାହାଣ୍ଡି ଜିଲ୍ଲାର ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ କଷ୍ଟଡିରୁ ଫେରାର କରାଇଥିବା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଫୁଲବାଣୀ ସହରରେ ଶୋଭାଯାତ୍ରା, ବିକ୍ଷୋଭ ଏବଂ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି !ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚନା ପ୍ରଧାନ, କନ୍ଧମାଳ ଜିଲ୍ଲା ଜିଲ୍ଲା ସଭାପତି ସ୍ମିତାରାଣୀ ମହାନ୍ତିଙ୍କ ସମେତ ମହିଳା ମୋର୍ଚ୍ଚାର ବହୁ କାର୍ଯ୍ୟକର୍ତା ମାନେ ମିଳିତ ଭାବେ ଫୁଲବାଣୀ ସହରର ବିଜୁ ପଟ୍ଟନାୟକ ଛକରୁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନ୍ତ୍ରୀଙ୍କ ଇସ୍ତଫା ସହିତ ରାଜ୍ୟ ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ, ତାପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ !ତେବେ ରାଜ୍ୟରେ ମହିଳା ଓ ନାରୀ ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ିବା ସହିତ କନ୍ଧମାଳ ଜିଲ୍ଲାର ନାରୀ ମାନଙ୍କ ଉପରେ ମଧ୍ୟ ଲଗାତାର ଭାବେ ଅତ୍ୟାଚାର ବଢ଼ିଚାଲିଛି, ଏହା ସହିତ କନ୍ଧମାଳ ଜିଲ୍ଲାର ମମତା ନାୟକ ନାମକ ଜଣେ ଗ୍ରାମ ରୋଜଗାର ସେବକ 2014 ମସିହା ନିର୍ବାଚନ ଡ୍ୟୁଟିରେ ଚକାପାଦ ବ୍ଲକକୁ ଯାଇ ଆଜି ପର୍ଯ୍ୟନ୍ତ ନିଖୋଜ ରହିଥିଲେ ମଧ୍ୟ ଏହି ଅପାରଗ ସରକାର ଏବଂ ପ୍ରଶାସନ ନିଖୋଜ ମମତା ନାୟକ ଖୋଜି ବାହାର କରିବାରେ ବିଫଳ ହେବା ସହିତ ଚୁପ ହୋଇ ବସିଛି !ତେଣୁ ନାରୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଏହି ସରକାରର ମନ୍ତୀ ଦିବ୍ୟଶଙ୍କର ମିଶ୍ର ତୁରନ୍ତ ଇସ୍ତଫା ଦେବା ସହିତ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚନା ପ୍ରଧାନ ଏବଂ ଜିଲ୍ଲା ସଭାପତି ସ୍ମିତାରାଣୀ ମହାନ୍ତି ଦାବୀ କରିଛନ୍ତି |
ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍