Monday, October 12, 2026
Home ଆଞ୍ଚଳିକ କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଆନାଥ ପିଲାଙ୍କୁ ସହାୟତା

କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଆନାଥ ପିଲାଙ୍କୁ ସହାୟତା

20

କନ୍ଧମାଳ,୨୦/୧୦/୨୧(ଜିଲ୍ଲା ଖବର):ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସମସ୍ତେ ନୂତନ ପୋଷାକ ପିନ୍ଧି ମୌଜ ମସ୍ତିରେ ମସଗୁଲ ଥିଲାବେଳେ ଜିରିଂପଡା ସ୍ଥିତ ତିନି ଅନାଥ ପିଲାଙ୍କୁ ସାମାନ୍ୟ ଖୁସି କରାଇବା ପାଇଁ କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଚାଉଳ 1ପ୍ୟାକେଟ,ଡାଲି, ଅଟା, ବିସ୍କୁଟ, ସ୍କୁଲ ବ୍ୟାଗ,ବହି,ଖାତା, ପେନ,ପେନ୍ସିଲ,ରବର, ଟୋପି, ବେଡ଼ସିଟ, ଚଦର,ସାବୁନ, ସହାୟତା ପ୍ରଦାନ କରାଗଲା।କନ୍ଧମାଳ ମିଡ଼ିଆ ଫୋରମ ସଭାପତି ଙ୍କ ସମ୍ମତ କ୍ରମେ ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ସମ୍ପାଦକ ସୁର୍ଯ୍ୟ ନାରାୟଣ ବେହେରା,ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,କୋଷାଧ୍ୟକ୍ଷ ଶିଵ ବିଶ୍ଵାଳ, କାର୍ଯ୍ୟକାରୀ ସଦସ୍ୟ ବୈଦ୍ୟନାଥ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଫୋରମର ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ସନ୍ତୋଷ କୁମାର ଦିଗାଲ,ଶିବାନନ୍ଦ ପଟ୍ଟନାୟକ, ସତ୍ୟ ନାରାୟଣ ବେହେରା ପ୍ରମୁଖ ଆର୍ଥିକ ସହାୟତା କରିଥିଲେ । ଫୋରମ ର ସଦସ୍ୟ ଶିବ ନାୟକ ଓ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ସମ୍ପର୍କୀୟ ପରିବାର ଓ ସାଇ ପଡୋଶୀ କନ୍ଧମାଳ ମିଡିଆ ଫୋରମକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗାମୀ ଦିନରେ ଅନ୍ୟାନ୍ୟ କ୍ଷେତ୍ରରେ ଫୋରମ ତରଫରୁ ସାହାଯ୍ୟ କରାଯିବାକୁ ଉପଦେଷ୍ଟା ମାନେ କହିଥିଲେ ।ପିଲାମାନଙ୍କୁ ସରକାରଙ୍କ ଆଶ୍ରିବାଦ ଯୋଜନାରେ ସହାୟତା କରିବା ପାଇଁ ଫୋରମ ପକ୍ଷରୁ ଡି ସି ପି ଓ ରଶ୍ମିତା କରନ କୁ ଅନୁରୋଧ କରାଯିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଫୋରମ ପକ୍ଷରୁ କରିବା ପାଇଁ ଶିବାନନ୍ଦ ପଟ୍ଟନାୟକ ପ୍ରକାଶ କରିଥିଲେ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ