Wednesday, November 18, 2026
Home ଆଞ୍ଚଳିକ ବଲିଉଡ୍‌ରେ ଏଣ୍ଟ୍ରୀ କରିବେ ୟୋହାନି

ବଲିଉଡ୍‌ରେ ଏଣ୍ଟ୍ରୀ କରିବେ ୟୋହାନି

7

ନୂଆଦିଲ୍ଲୀ, ୨୦/୧୦/୨୧ (ଜିଲ୍ଲା ଖବର ) : ‘ମାନିକେ ମାଗେ ହିତେ’ଗୀତ ଗାଇ ବେଶ ଲୋକପ୍ରିୟ ହୋଇଥିବା ଶ୍ରୀଲଙ୍କା ସିଙ୍ଗର ୟୋହାନି  ଏବେ ବେଶ ଚର୍ଚ୍ଚାରେ । ତାଙ୍କର ଏହି ଗୀତ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ନିକଟରେ ୟୋହାନୀ ବିଗବସ ଶୋ’ରେ ମଧ୍ୟ ନଜର ଆସିଥିଲେ । କେବଳ ଶ୍ରୀଲଙ୍କାରେ ନୁହେଁ, ଏହା ସହିତ ତାଙ୍କର ଏବେ ଅନେକ ଭାରତୀୟ ପ୍ରଶଂସକ ମଧ୍ୟ ହୋଇ ଗଲେଣି । ତେବେ ଏହାରି ମଧ୍ୟରେ ଆଉ ଏକ ଖୁସି ଖବର ଶୁଣିବାକୁ ମିଳୁଛି ଯେ, ଖୁବ୍ ଶୀଘ୍ର ୟୋହାନି ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ।

ତେବେ ଆଗକୁ ଆସିବାକୁ ଯାଉଥିବା ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏବଂ ଅଜୟ ଦେବଗନ,ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂହଙ୍କ ଅଭିନୀତ ଫିଲ୍ମ’ଥ୍ୟାଙ୍କ୍ ଗଡ’ରେ ସେ ମାନିକେ ମାଗେ ହିତେ ଟ୍ରାକକୁ ହିନ୍ଦୀ ଭର୍ସନରେ ଗାଇବେ ବୋଲି ଜଣାପଡିଛି ।

ଏନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଇନ୍ଦ୍ର କୁମାର । ସେ କହିଛନ୍ତି ଯେ,ୟୋହାନୀଙ୍କ ଏହି ଗୀତ ଏକ ସୁପରହିଟ ଟ୍ରାକ୍ ହୋଇ ପାରିଛି । ଖୁବ୍‌ଶୀଘ୍ର ଏହାର ଟ୍ରାକ୍‌ ପ୍ରସ୍ତୁତ କରାଯାଇ ସୁଟିଂ ଆରମ୍ଭ କରାଯିବ। ଆଗାମୀ ବର୍ଷ ଏହା ରିଲିଜ୍‌ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି ।

କେବଳ ଏତିକି ନୁହେଁ, ଏହା ସହିତ ୟୋହାନି ମଧ୍ୟ ଇଶ୍ବରଙ୍କୁ ଧନ୍ୟବାଦ୍ ଦେବା ସହିତ, ସେ ବହୁତ୍ ଖୁସି ଅଛନ୍ତି ।