Wednesday, November 11, 2026
Home ଆଞ୍ଚଳିକ ପୁଣି ସିନେମାକୁ ଫେରିବେ ଅରୁଣ ଗୋଭିଲ୍

ପୁଣି ସିନେମାକୁ ଫେରିବେ ଅରୁଣ ଗୋଭିଲ୍

9

ନୂଆଦିଲ୍ଲୀ, ୨୦/୧୦/୨୧ (ଜିଲ୍ଲା ଖବର ) : ଛୋଟ ପରଦାରୁ ଆରମ୍ଭ କରି ବଲିଉଡ ଯାଏଁ , କାମ କରିଥିବା ଅଭିନେତା ଅରୁଣ ଗୋଭିଲ, ରାମାନନ୍ଦ ସାଗରଙ୍କ ଧାରାବାହିକ ‘ରାମାୟଣ’ରେ ରାମ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟତା ଏବଂ ଭଲପାଇବା ସାଉଣ୍ଟିଥିଲେ । ଏଥିରେ ତାଙ୍କର ଜୀବନ୍ତ ଅଭିନୟ ସମସ୍ତଙ୍କ ହୃଦୟକୁ ବାନ୍ଧି ରଖିଥିଲା ।

ତେବେ ଅରୁଣ ଗୋଭିଲଙ୍କ ଫ୍ୟାନ୍ସଙ୍କ ପାଇଁ ପୁଣି ଏକ ଖୁସି ଖବର । ପାଖାପାଖି ଦେଢ ଦଶନ୍ଧି ପରେ, ପୁଣି ତାଙ୍କୁ ରାମ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଦୀର୍ଘ ଦିନ ପରେ ପୁଣି ସେ ଫିଲ୍ମ ଦୁନିଆକୁ ପ୍ରବେଶ କରିବାକୁ ଯାଉଛନ୍ତି । ଅଭିନେତା ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ’ଓହ୍ ମାଇ ଗଡ୍’ର ଦ୍ବିତୀୟ ଭାଗରେ , ସେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ ।

ଏହା ସହିତ ଏଥିରେ ପଙ୍କଜ ତ୍ରୀପାଠୀ, ପରେଶ ରାଓ୍ବଲ ,ୟାମି ଗୌତମ ମଧ୍ୟ ନଜର ଆସିବେ । ଏବଂ ନିର୍ମାତାରେ ଅଶ୍ୱିନ୍ ବର୍ଦ୍ଦେ ଓ ଅକ୍ଷୟ କୁମାର ଥିବାବେଳେ, ଅମିତ୍ ରାୟ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ।