Home ଆଞ୍ଚଳିକ ଆଜି ଉତ୍ତରପ୍ରଦେଶକୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି

ଆଜି ଉତ୍ତରପ୍ରଦେଶକୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି

15

ନୂଆଦିଲ୍ଲୀ, ୨୦/୧୦/୨୧ (ଜିଲ୍ଲା ଖବର ): ଆଜି ଉତ୍ତରପ୍ରଦେଶକୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପ୍ରଦେଶର କୁଶିନଗରରେ ରାଜ୍ୟର ସବୁଠାରୁ ବଡ ରନୱେ ଥିବା ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । କୁଶିନଗରକୁ ମହାତ୍ମା ବୁଦ୍ଧଙ୍କ ମହାପରିନିର୍ବାଣ ସ୍ଥଳୀ ମଧ୍ୟ କୁହାଯାଉଛି। ସଂସ୍କୃତି ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ବିମାନ ବନ୍ଦର ଉଦଘାଟନୀ କାର୍ଯ୍ୟକ୍ରମରେ ଶ୍ରୀଲଙ୍କାରୁ ଆସିଥିବା ବୌଦ୍ଧ ଭିକ୍ଷୁ ସ୍ବତନ୍ତ୍ର ଅତିଥି ଭାବେ ଉପସ୍ଥିତ ରହିବେ। ଶ୍ରୀଲଙ୍କାର ପ୍ରାୟ 123 ଜଣିଆ ପ୍ରତିନିଧି ମଣ୍ଡଳ ଏଠାରେ ଉପସ୍ଥିତ ରହିବେ।

ତେବେ ଏହି ପ୍ରତିନିଧି ମଣ୍ଡଳ ନିଜ ସହ ଭଗବାନ ବୁଦ୍ଧଙ୍କ ଅସ୍ଥି ଅବଶେଷ 141 ବର୍ଷ ପରେ ଭାରତ ଆଣିବେ। ଏହି ଅବଶେଷ 1880 ମସିହାରେ ଭାରତରୁ ଶ୍ରୀଲିଙ୍କ ନିଆଯାଇଥିଲା ।  ଧାରଣା ଏହା ଯେ, ଏହାକୁ ଯେଉଁ ସ୍ଥାନରେ ରଖାଯାଏ ତାହା ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ସ୍ଥଳ ଭାବେ ବିବେଚନା କରାଯାଇଥାଏ। ଶ୍ରୀଲଙ୍କାରୁ ଆସୁଥିବା ଏହି ପ୍ରତିନିଧି ମଣ୍ଡଳରେ 12 ବୌଦ୍ଧ ଭିକ୍ଷୁଙ୍କ ସହ  ଶ୍ରୀଲଙ୍କାର 5 କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।