Wednesday, October 14, 2026
Home ଅପରାଧ ଦାଦାବଟିକୁ କେନ୍ଦ୍ରକରି ଗୁଳିମାଡ଼

ଦାଦାବଟିକୁ କେନ୍ଦ୍ରକରି ଗୁଳିମାଡ଼

26

ପୁରୀ,୨୦/୧୦/୨୧ (ଜିଲ୍ଲା ଖବର ) : ଦାଦାବଟିକୁ କେନ୍ଦ୍ରକରି ପୁରୀରେ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ଗୁଳିମାଡ ହୋଇଛି । ଗୁଳିମାଡ଼ରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ମହିଳା ହେଉଛନ୍ତି ସକୁନ୍ତଳା ସାହୁ । କୁମ୍ଭାରପଡା ନରେନ୍ଦ୍ରକୋଣ ଆଇଟିଆଇ ଛକଠାରେ ଏହି ଗୁଳିମାଡ ହୋଇଛି ।

ବିଜୁ ବେହେରା ନାମକ ଜଣେ ଯୁବକ ଦାଦାବଟିକୁ କେନ୍ଦ୍ର କରି ମହିଳାଙ୍କୁ ଗୁଳିମାଡ କରିଥିବା ପୋଲିସ ତରଫରୁ କୁହାଯାଇଛି। କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଅଧିକ ତଦନ୍ତ ଚଳାଇଛି। ତେବେ ବଡ଼ କଥା ହେଉଛି ବେଆଇନ ଭାବେ ବିଜୁ ବେହେରା କୋଉଁଠୁ ବନ୍ଧୁକ ଆଣିଲା? ତାକୁ ବନ୍ଧୁକ କିଏ ଦେଲା?

ଏ ତମାମ ଦିଗରେ କୁମ୍ଭାରପଡା ପୋଲିସ ଅଧିକ ଛାନଭିନ୍ କରୁଛି। ପୂର୍ବରୁ ସକୁନ୍ତଳାଙ୍କୁ ମଧ୍ୟ ଦାଦାବଟି ମଗାଯାଇଥିବା କୁହାଯାଉଛି। ତେବେ ଗୁଳିମାଡ ଘଟଣାରେ ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିପାରିନି ।