
୨୦/୧୦/୨୧ (ଜିଲ୍ଲା ଖବର ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସୁର ଜିଲ୍ଲା ଆସିକା ନଗର ଶାଖା ପକ୍ଷରୁ କୁମ୍ଭାରସାହି ଛକ ଠାରେ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଠାରେ ସନସାଇନ ବିଦ୍ୟାଳୟର ଶିକ୍ଷୟିତ୍ରୀ ଙ୍କୁ ବଳାତ୍କାର ଓ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ ରାଜ୍ୟର ବରିଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସନସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁ ପ୍ରତ୍ୟକ୍ଷ ସମ୍ପୃତ୍କ୍ତି ଥିବା ଅଭିଯୋଗ ହୋଇଛିି ।ପିଡିତା ଙ୍କୁ ନ୍ୟାୟ ,ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବାର ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରଯାଇଛି ।ଏହି ବିକ୍ଷୋଭରେ ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ତ୍ରିପାଠୀ, ସହ ସଂଯୋଜକ ଅନିଲ୍ କୁମାର ସ୍ବାଇଁ, ବିଭାଗ SFD ପ୍ରମୁଖ ସ୍ବାଗତ କୁମାର ତ୍ରିପାଠୀ, ଆସିକା ନଗର ସଂପାଦକ ରାହୁଲ ବେହେରା,ସହ ସଂପାଦିକା ସାଇଶ୍ବରୀ ରଥ, ପବିତ୍ର ମୋହନ ବେହେରା, ସୁନୀଲ ଘଡେଇ, ଆଦିତ୍ଯ ଜେନା, ଚନ୍ଦ୍ର ଶେଖର ପାତ୍ର ,ସୁମନ ପାତ୍ର , ଗଣେଶ ପ୍ରଧାନ, ଶୋହନ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ ।



