
୨୦/୧୦/୨୧ (ଜିଲ୍ଲା ଖବର ) : କୁଆଁରୀ ଝିଅଙ୍କ ପର୍ବ କୁଆଁରପୁନେଇ । ଏହିଦିନ କୁଆଁରୀ ମାନେ ସଜବାଜ ହୋଇ ହାତରେ ପୂଜାଥାଳି ଧରି ଚାନ୍ଦ ବନ୍ଦେଇବାକୁ ଅଗଣାରେ ଏକାଠି ହୋଇଥାନ୍ତି । ଲୋକକଥା ଅନୁଯାୟୀ ଏହି ପୂଜା କୁଆଁରୀ ଝିଅମାନେ ନିଷ୍ଠାର ସହ କଲେ ତାଙ୍କୁ ଚାନ୍ଦପରି ସୁନ୍ଦର ଓ ଶୀତଳ( ସ୍ୱଭାବର ରାଗି ନୁହେଁ) ବର ମିଳିଥାଏ ।
ହିନ୍ଦୁଶାସ୍ତ୍ର ଅନୁସାରେ ଆଶ୍ୱିନ ମାସ ପୂର୍ଣ୍ଣିମାରେ ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ଜନ୍ମ ହୋଇଥିବା କାରଣରୁ ଏହି ଦିନକୁ ତାଙ୍କର ଜନ୍ମ ଦିବସ ରୂପେ ପାଳନ କରାଯାଏ । କୁମାର, କୁମାରୀଙ୍କ ପୂଜା ପରମ୍ପରା ଏହି ପର୍ବର ମୂଳ ଲକ୍ଷ୍ୟ । ତେବେ ଶ୍ରୀମନ୍ଦିରରେ ମଧ୍ୟ କୁମାର ପୂର୍ଣ୍ଣିମା ହୁଏ। କିନ୍ତୁ କିଛି ନିଆରା ଢ଼ଙ୍ଗରେ। ଶ୍ରୀମନ୍ଦିରରେ କିପରି ହୁଏ କୁମାର ପୂର୍ଣ୍ଣିମା ଆଜି ଧର୍ମକଥାରେ ଜାଣିବା। ଆଶ୍ୱିନ ମାସରେ ଯେଉଁ ମାଧବ ବିଗ୍ରହ ଦୁର୍ଗାଙ୍କ ସହ ପୂଜିତ ହୁଅନ୍ତି, ସେହି ମାଧବ ବିଗ୍ରହ ଏହି ଦିନ ମା’ ମହାଲକ୍ଷ୍ମୀଙ୍କ ସହ ଦ୍ୟୁତ ବା ପଶା ଖେଳନ୍ତି। ମହାପ୍ରଭୁ ପଶା ଖେଳରେ ହାରନ୍ତି। ୭ ଦିନ ପାଇଁ ରତ୍ନ ସିଂହାସନ ଛାଡିବାକୁ ପଡେ ଜଗତ ଠାକୁରଙ୍କୁ।
ପଶା ବା ଦ୍ୟୁତ ଖେଳ କଥା ଶୁଣିଲେ ସମସ୍ତଙ୍କ ମନରେ ଏକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। କାରଣ ଏହି ଖେଳ କେତେ ବଡ ବିପର୍ଯ୍ୟୟକୁ ଡାକି ଆଣିପାରେ ତାହା ଆମେ ମହାଭାରତରୁ ଜାଣୁ। ତଥାପି ପଶା ଖେଳ ହୁଏ। ମହାପ୍ରଭୁ ବି ପଶା ଖେଳିବାର ପରମ୍ପରା ଶ୍ରୀମନ୍ଦିରରେ ରହିଛି।
ସେହିପରି ପ୍ରତିବର୍ଷ କୁମାରପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଏହି ଦିବ୍ୟ ଦ୍ୟୁତକ୍ରୀଡ଼ା ଅନୁଷ୍ଠିତ ହୁଏ। ଆଶ୍ୱିନ ମାସରେ ଯେଉଁ ମାଧବ ବିଗ୍ରହ ଦୁର୍ଗାଙ୍କ ସହ ପୂଜିତ ହୁଅନ୍ତି, ସେହି ମାଧବ ବିଗ୍ରହ ଏହି ଦିନ ମା’ ମହାଲକ୍ଷ୍ମୀଙ୍କ ସହ ଦ୍ୟୁତ ବା ପଶା ଖେଳନ୍ତି। ହେଲେ ପରିଣାମ ଆମ ତମ ମଣିଷଙ୍କ ଭଳି ମହାପ୍ରଭୁଙ୍କ ମଧ୍ୟ ହୁଏ। ମହାପ୍ରଭୁଙ୍କ ପଶା ଖେଳରେ ହାରନ୍ତି। ୭ ଦିନ ପାଇଁ ରତ୍ନ ସିଂହାସନ ଛାଡିବାକୁ ପଡେ ଜଗତ ଠାକୁରଙ୍କୁ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖେ ଲାଗି ହୋଇଥିବା ତାଟଟିଏ ରହିଛି। ଯେଉଁଥିରେ ସୁନା ଓ ରୁପା ନଡିଆ(ପ୍ରତିକାତ୍ମକ) ଭାବେ ରଖାଯାଇଛି। କଉଡି ସହ ଭୋଗ ସାମଗ୍ରୀ ମଧ୍ୟ ରହିଛି। ପଶା କେବେ ବି ମଙ୍ଗଳକାରକ ନୁହେଁ। ଏହି କଥାଟି ଆମ ଭଳି ଛୋଟିଆ ମଣିଷଙ୍କୁ ବୁଝାଇବାକୁ ବଡ଼ଠାକୁର ଲୀଳା କରନ୍ତି।


