
ମୁମ୍ବାଇ,୨୦/୧୦/୨୧ (ଜିଲ୍ଲା ଖବର ) : ମୁମ୍ୱାଇ କ୍ରୁଜ୍ ପାର୍ଟିରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ବଲିଉଡ ଅଭିନେତା ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ବିଳାସପୂର୍ଣ୍ଣ ଜାପନ ଯାପନ କରୁଥିବା ଆର୍ଯ୍ୟନ୍, ଏବେ ଜେଲର ଚାରି କାନ୍ଥ ଭିତରେ ଦିନ କାଟୁଛନ୍ତି । ଅନେକ ଚେଷ୍ଟା ପରେ ବି ଏବେ ଯାଏ ତାଙ୍କୁ ଜାମିନ୍ ମିଳିପାରି ନାହିଁ । ଆଉ ଆଜି ପୁଣି ତାଙ୍କର ଜାମିନ୍ ଆବେଦନର ଶୁଣାଣି ଅଛି । ତେବେ ଆଜି ସେ ମନ୍ନତ କୁ ଫେରିବେ, ନା ପୁଣି ଆର୍ଥର ରୋଡ୍ ଜେଲକୁ ଫେରିଯିବେ,ଆଜି ସେ ନେଇ ରାୟ ଆସିବ । ଆଜି ତାଙ୍କର ରାୟ ଶୁଣାଇବେ ମୁମ୍ବାଇର ସ୍ପେଶାଲ ଏନଡିପିଏସ୍ କୋର୍ଟ । ତେବେ ଆଜିର ଶୁଣାଣିକୁ ସମସ୍ତଙ୍କର ଅପେକ୍ଷା ରହିଛି ।
ପ୍ରକାଶ ଥାଉକି, ଗତ ୨ ତାରିଖରେ ଆର୍ଯ୍ୟନ ଖାନଙ୍କ ସମେତ, ଅନ୍ୟ ୮ ଜଣଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ପରେ ଆଉ କିଛି ଅଭିଯୁକ୍ତଙ୍କୁ ବି ଗିରଫ କରିଥିଲା ଏନସିବି ।



