ଉଦ୍ଧାର ହେଲା ମୃତ ଦେହ

3

କଟକ, ୨୦/୧୦/୨୧ (ଜିଲ୍ଲା ଖବର ) : କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଖାରବେଳ ନଗର ଅଞ୍ଚଳର ସପନ କୁମାର ବେହେରା ବୋଲି ଜଣାପଡିଛି । ଆଜି ସକାଳୁ ଯୁବକ ଜଣକ ନିଜ ସ୍କୁଟି ରଖି ନଦୀକୁ ଡେଇଁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି କରାଯାଇଥିଲା ।

ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ଖାରବେଳ ନଗର ୟୁନିଟ୍‌-୩ ଅଞ୍ଚଳର । ତାଙ୍କ ନାଁ ସପନ କୁମାର ବେହେରା ଓ ବୟସ ୨୯ ବର୍ଷ । ସେ ଏକ ଘରୋଇ କୋରିୟର କମ୍ପାନୀରେ କାର୍ଯ୍ୟରତ ଥିଲେ । ତେବେ ସପନ କାହିଁକି ନଦୀ ଭିରତକୁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି ।